37.1 C
Bhubaneswar
Friday, May 17, 2024
Homeଓଡିଶାପୋଲିସ କବଜାରେ ଏରାଗୋଲା ଗ୍ୟାଙ୍ଗ

ପୋଲିସ କବଜାରେ ଏରାଗୋଲା ଗ୍ୟାଙ୍ଗ

ଭୁବନେଶ୍ବର: ବାଟୁଳି ମାରି କାର କାଚ ଭାଙ୍ଗନ୍ତି, ଯାହା ପାରନ୍ତି ଲୁଟ ପାଟ କରନ୍ତି । ଦିନ ଦ୍ବିପ୍ରହରେ ଲୁଟପାଟ କରି ରାଜଧାନୀବାସୀଙ୍କ ନିଦ ହଜାଇ ଦେଇଥିବା ଏରାଗୋଲା ଗ୍ୟାଙ୍ଗର ପର୍ଦ୍ଦାଫାଶ୍ ଏବେ କମିଶନରେଟ ପୁଲିସ୍ କରିଛି।। ୧୧ ଜଣ ଲୁଟେରା ଓ ଡକାୟତ ଙ୍କୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାର୍ଡ । ସେମାନଙ୍କ ଠାରୁ ୧୭ ଟି ସୁନା ଚେନ, ସୁନା ଅଳଙ୍କାର , ୨ ଲକ୍ଷରୁ ଉର୍ଦ୍ଧ ନଗଦ ଟଙ୍କା ଜବତ କରାଯାଇଛି। ସମସ୍ତ ୧୧ ଜଣ ଅଭିଯୁକ୍ତ ଏରାଗୋଲା ଗ୍ୟାଙ୍ଗର ବୋଲି ଜଣାପଡିଛି। ବ୍ୟାଙ୍କ ରୁ ଫେରୁଥିବା ଲୋକଙ୍କୁ ମଧ୍ୟ ଏମାନେ ଟାର୍ଗେଟ କରନ୍ତି । ଅସାବଧାନତାର ସୁଯୋଗ ନେଇ ଗାଡିର ଡିକି ମଧ୍ୟ ସେମାନେ ଭାଙ୍ଗୁଥିଲେ। ସିସିଟିଭି ଫୁଟେଜରେ ଅତି ଚତୁରତାର ସହ କିଭଳି ଲୁଟ କରାଯାଉଛି ତାହା ପୁଲିସ୍ ଅନୁଧ୍ୟାନ କରିବା ପରେ ଗ୍ୟାଙ୍ଗର ସଦସ୍ୟଙ୍କୁ ଧରିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking