ଭୁବନେଶ୍ୱର: ସରିଲା ଶୀତ ଅଧିବେଶନ । ମାତ୍ର ୮ ଦିନ ଚାଲି ଶେଷ ହେଲା ବିଧାନସଭା ଶିତ ଅଧିବେଶନ । ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେଲା ଶୀତ ଅଧିବେଶନ । ପୁରା ହୋଇ ପାରିଲାନି ଶୀତ ଅଧିବେଶନର ସମୟ ଅବଧୀ । ନତର୍ଦ୍ଧରିତ ସମୟ ପୂର୍ବରୁ ସରିଲା ଶିତ ଅଧିବେଶନ । ଡିସେମ୍ବର ୩୧ରେ ସରିବାର ଥିଲା ଡିସେମ୍ବର ୨ରେ ସରିଲା ବିଧାନସଭା ଶିତ ଅଧିବେଶନ ।
ସୂଚନାଯୋଗ୍ୟ, ୧୬ତମ ବିଧାନସଭାର ୧୬ତମ ଅଧିବେଶନ ଗତ ନଭେମ୍ବର ମାସ ୨୪ ତାରିଖରେ ଆରମ୍ଭ ହୋଇଥିଲା। ଏହି ଅଧିବେଶନ ଡିସେମ୍ବର ୩୧ରେ ଶେଷ ହେବାର ଥିଲା। ମାତ୍ର ୮ ଦିନର କାର୍ଯ୍ୟ ପରେ ଶେଷ ହୋଇଛି। ଏହି ଆଠ ଦିନ ମଧ୍ୟରେ ଚାଷୀ ପ୍ରସଙ୍ଗ ଓ ଅର୍ଚ୍ଚନା ନାଗ ମାମଲାରେ ବିରୋଧୀ ବିଜେପି ଓ କଂଗ୍ରେସର ନେତାମାନେ ହଙ୍ଗାମା କରିଥିଲେ। ସେହିପରି ଶିକ୍ଷକ ସଂଘର ଆନ୍ଦୋଳନ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ନୂତନ ଜିଲ୍ଲା ଗଠନ ପାଇଁ ଦାବି ହୋଇଥିଲା। ବିରୋଧୀଙ୍କ ହୋହାଲ୍ଲା ପାଇଁ ବାଚସ୍ପତି ଶ୍ରୀ ବାରମ୍ବାର ଗୃହକୁ ମୁଲତବି ରଖିଥିଲେ। ଅନ୍ୟପଟରେ ଶୀତକାଳୀନ ଅଧିବେଶନରେ ମାତ୍ର ୩ଟି ବିଲ୍ ପାସ ହୋଇଥିଲା।