25.1 C
Bhubaneswar
Sunday, September 15, 2024
Homeଓଡିଶାହାଇକୋର୍ଟରୁ ମାମଲା ପ୍ରତ୍ୟାହାର କଲେ ଏଲିନା

ହାଇକୋର୍ଟରୁ ମାମଲା ପ୍ରତ୍ୟାହାର କଲେ ଏଲିନା

କଟକ : ଯାଜପୁର ‘ବଲ୍ଲେ ବଲ୍ଲେ ଢ଼ାବା’କୁ ନେଇ ଏଲିନାଙ୍କ ମାମଲା ପ୍ରସଙ୍ଗ । ହାଇକୋର୍ଟରୁ ମାମଲା ପ୍ରତ୍ୟାହାର କଲେ ବିଜେଡି ନେତ୍ରୀ ଏଲିନା ଦାଶ । ଧର୍ମଶାଳାର ବିବାଦୀୟ ବଲ୍ଲେ ବଲ୍ଲେ ଢାବା ସିଲ୍ ଘଟଣାରେ ହାଇକୋର୍ଟର ଦ୍ବାରସ୍ତ ହୋଇଥିଲେ ଏଲିନା ଦାଶ । ଗଣମାଧ୍ୟମର ତାଙ୍କ ନାଁକୁ ନେଇ ଚର୍ଚ୍ଚା ଉପରେ ରୋକ ପାଇଁ ଆବେଦନ କରିଥିଲେ ଏଲିନା । ସୂଚନାଯୋଗ୍ୟ, ଧର୍ମଶାଳା ବ୍ଲକ ଅନ୍ତର୍ଗତ ନେଉଳପୁରସ୍ଥିତ ବଲ୍ଲେ ବଲ୍ଲେ ଢାବା ବେଆଇନ ଭାବେ ଚାଲିଥିବା ଦର୍ଶାଇ ଏହାର ତଦନ୍ତ କରିବାକୁ ବିଧାୟକ ହିମାଂଶୁ ଶେଖର ସାହୁ ସମୀକ୍ଷା ବୈଠକରେ ବିଡିଓଙ୍କୁ କହିଥିଲେ । ବିଡିଓ ଏହାର ତଦନ୍ତ କରିବା ସହ ଢାବାକୁ ଖାଲି କରିବାକୁ ନୋଟିସ ଜାରି କରିଥିଲେ । ଜୁନ୍ ୨୮ ତାରିଖରେ ବ୍ଲକର କର୍ମଚାରୀ ନୋଟିସ୍ ଧରି ସେଠାରେ ପହଞ୍ଚିଥିବା ବେଳେ ଢାବାଟି ବନ୍ଦ ଥିବା ଦେଖି ଲଟକା ଜାରି କରିଥିଲେ ।ତେବେ ଆମ ଗାଁ ଆମ ବିକାଶ ଓ ଏମଜିଏନ୍‌ଆର୍‌ଇଜିଏସ୍‌ ପାଣ୍ଠିରେ ଢାବା ନିର୍ମାଣ ହୋଇଥିବାବେଳେ, ଏଥିରେ ପ୍ରାୟ ୪୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିବା ନେଇ ବିଡିଓ ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking