28.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଶ୍ରୀଲଙ୍କାରେ ବିଦ୍ୟୁତ୍ ଶୁଳ୍‌କ ୨୭୫% ବଢିଲା

ଶ୍ରୀଲଙ୍କାରେ ବିଦ୍ୟୁତ୍ ଶୁଳ୍‌କ ୨୭୫% ବଢିଲା

କଲମ୍ବୋ :ଶ୍ରୀଲଙ୍କା ସରକାର ବିଦ୍ୟୁତ୍ ଶୁଳ୍‌କକୁ ୨୭୫ ପ୍ରତିଶତ ବୃଦ୍ଧି କରିଛନ୍ତି । ଗୁରୁବାରଠାରୁ ଏହାକୁ କାର୍ଯ୍ୟକାରୀ କରାଯାଇଛି । ଆଇଏମଏଫ୍ ଋଣଜନ୍ତାରୁ ମୁକୁଳିବା ପାଇଁ ଏଭଳି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯାଇଛି ବୋଲି ଶ୍ରୀଲଙ୍କା ସରକାର ସଫେଇ ଦେଇଛନ୍ତି । ଗତବର୍ଷ ସରକାର ବିଦ୍ୟୁତ୍ ଶୁଳ୍‌କ ୨୬୪ ପ୍ରତିଶତ ବୃଦ୍ଧି କରିଥିଲେ । ସୂଚନାଯୋଗ୍ୟ ୨୦୨୧ରୁ ଶ୍ରୀଲଙ୍କା ଘୋର ଆର୍ôଥକ ଦୂରବସ୍ଥା ଦେଇ ଗତି କରୁଛି । ୪୬ ବିଲିୟନ ଡଲାର ବିଦେଶୀ ଋଣ ପରିଶୋଧ କରିପାରୁନଥିବାରୁ ଶ୍ରୀଲଙ୍କାରେ ସବୁ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ଆକାଶଛୁଆଁ ହୋଇପଡିଥିଲା ।

ଫଳରେ ସାଧାରଣ ଲୋକେ ରାଜରାସ୍ତାକୁ ଓହ୍ଲାଇ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ୨୦୨୨ରେ ଏହି ବିକ୍ଷୋଭ କ୍ରମଶଃ ଉଗ୍ରରୂପ ଧାରଣ କରିବାପରେ ତତ୍କାଳୀନ ରାଷ୍ଟ୍ରପତି ଗୋତବାୟା ରାଜପକ୍ଷେ ଦେଶଛାଡି ସିଙ୍ଗାପୁର ପଳାଇଥିଲେ । କଞ୍ଚାମାଲ ଅଭାବରୁ ଶ୍ରୀଲଙ୍କାରେ ସେତେବେଳେ ବିଦ୍ୟୁତ୍ ଉତ୍ପାଦନ ବେଶ ବାଧାପ୍ରାପ୍ତ ହୋଇଥିଲା । ଫଳରେ ସେଠାରେ ଦୈନିନ୍ଦିନ ୧୦ରୁ ୧୪ ଘଣ୍ଟା ବିଦ୍ୟୁତ୍‌କାଟ୍ କରାଯାଇଥିଲା । ବର୍ତ୍ତମାନ ବିଦ୍ୟୁତ୍ ଶୁଳ୍‌କ ପୁଣି ବଢିଥିବାରୁ ସାଧାରଣ ଜନତା ଅସନ୍ତୁଷ୍ଟ ହୋଇପଡିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking