27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଲଖିମପୁର ଖେରି ହତ୍ୟା ମାମଲା; ଆଉ ୮ ଅଭିଯୁକ୍ତଙ୍କୁ ଅନ୍ତରୀଣ ଜାମିନ

ଲଖିମପୁର ଖେରି ହତ୍ୟା ମାମଲା; ଆଉ ୮ ଅଭିଯୁକ୍ତଙ୍କୁ ଅନ୍ତରୀଣ ଜାମିନ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲଖିମପୁର ଖେରିରେ ୨୦୨୧ ଅକ୍ଟୋବରରେ ଘଟିଥିବା ହତ୍ୟା ମାମଲାରେ ଅଭିଯୁକ୍ତ ଆଉ ୮ ଜଣଙ୍କୁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ୍ ବୁଧବାର ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଏଥିସହିତ ଘଟଣାର ମୁଖ୍ୟ କୁହାଯାଉଥିବା ଆଶିଷ ମିଶ୍ରଙ୍କ ସମେତ ସମସ୍ତ ୧୩ ଅଭିଯୁକ୍ତ ଜାମିନ ପାଇବାରେ ସଫଳ ହୋଇଛନ୍ତି । ଆଶିଷଙ୍କୁ ଜାନୁଆରୀ ୨୫ରେ ସୁପ୍ରିମକୋର୍ଟରେ ଜାମିନ ମିଳିଥିଲା । ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶନାମାକୁ ଆଧାର କରି ଅବଶିଷ୍ଟ ୮ ଜଣଙ୍କୁ ଜାମିନ ପ୍ରଦାନ କରାଯାଇଥିବା କୁହାଯାଇଛି । ଏହି ୮ ଅଭିଯୁକ୍ତ ହେଲେ ଅଙ୍କିତ ଦାସ, ନନ୍ଦନ ସିଂହ ବିସ୍ତ୍‌, ଲଲିତ, ସତ୍ୟମ ତ୍ରିପାଠୀ, ଶେଖର ଭାରତୀ, ଆଶିଷ ପାଣ୍ଡେ, ରିଙ୍କୁ ରାଣା ଏବଂ ସୁମିତ ଜୟସ୍ୱାଲ । ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୦କୁ ଧାର୍ଯ୍ୟ କରାଯାଇଛି । ସୂଚନାଯୋଗ୍ୟ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଗସ୍ତକୁ ବିରୋଧ କରି ଘଟଣାଦିନ ଶତାଧିକ ଚାଷୀ ଲଖିମପୁର ଖେରିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ମନ୍ତ୍ରୀଙ୍କ ପୁଅ ଆଶିଷଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ସମର୍ଥକମାନେ ବିକ୍ଷୋଭରତ ଚାଷୀଙ୍କ ଉପରେ ଗାଡି ଚଢାଇ ଦେଇଥିଲେ । ଏଥିରେ ୪ ଜଣ ଚାଷୀଙ୍କର ମୃତ୍ୟୁ ଘଟିଥିଲା । ଚାଷୀକୂଳ ଏଥିରେ ଉତ୍ତ୍ୟକ୍ତ ହୋଇ ହିଂସାତ୍ମକ ରାସ୍ତାକୁ ଓହ୍ଲାଇ ଆସିଥିଲେ । ପାଲଟା ଆକ୍ରମଣରେ ଜଣେ ସାମ୍ବାଦିକଙ୍କ ସମେତ ମୋଟ ୮ ଜଣ ପ୍ରାଣ ହରାଇଥିବାବେମଳେ ୧୦ ଜଣ ଆହତ ହୋଇଥିଲେ । ପୁଲିସ ଏହି ମାମଲାରେ ମୋଟ ୧୩ ଜଣଙ୍କୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking