27.1 C
Bhubaneswar
Sunday, September 8, 2024
Homeଓଡିଶାବ୍ରହ୍ମପୁରରେ ନିର୍ବାଚନୀ ପରବର୍ତ୍ତୀ ହିଂସା: ପରାଜିତ ପ୍ରାର୍ଥୀଙ୍କ ବାଇକ୍ ଭାଙ୍ଗିଲେ ଦୁର୍ବୃତ୍ତ

ବ୍ରହ୍ମପୁରରେ ନିର୍ବାଚନୀ ପରବର୍ତ୍ତୀ ହିଂସା: ପରାଜିତ ପ୍ରାର୍ଥୀଙ୍କ ବାଇକ୍ ଭାଙ୍ଗିଲେ ଦୁର୍ବୃତ୍ତ

ଭୁବନେଶ୍ୱର : ରାଜ୍ୟରେ ପୌର ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ପରେ ଆରମ୍ଭ ହୋଇଯାଇଛି ହିଂସାକାଣ୍ଡ । ଗଞ୍ଜାମ ଜିଲ୍ଲା ଗୋଷାଣିନୂଆଗାଁରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି । ପରାଜିତ ପ୍ରାର୍ଥୀଙ୍କ ବାଇକକୁ କିଛି ଦୁର୍ବୃତ୍ତ ଭାଙ୍ଗିବା ସହ ଗାଳିଗୁଲଜ କରିଥିବା ଜଣାପଡ଼ିଛି । ସୂଚନା ମୁତାବକ, ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ବ୍ରିଟ୍ କଲୋନୀରେ ଏହି ହିଂସାକାଣ୍ଡ ଦେଖିବାକୁ ମିଳିଛି ।

ପୂର୍ବତନ କର୍ପୋରେଟର ବିରେନ୍ ପଟ୍ଟନାୟକ ୧୨ ନମ୍ବର ୱାର୍ଡର ସ୍ୱାଧୀନ ପ୍ରାର୍ଥୀ ଭାବେ ଓ ତାଙ୍କର ପତ୍ନୀ ୧୦୪ ନମ୍ବର ୱାର୍ଡର ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିଳେ । ଉଭୟେ ଚଳିତ ନିର୍ବାଚନରେ ପରାଜୟ ବରଣ କରିଥିଲେ । ଗତକାଲି ବିଳମ୍ବିତ ରାତିରେ ବିରେନଙ୍କ ଘର ଆଗରେ କିଛି ଦୁର୍ବୃତ୍ତ ହଙ୍ଗାମା କରିବା ସହ ତାଙ୍କର ବାଇକକୁ ପଥରରେ ଛେଚି ଭାଙ୍ଗି ଦେଇଥିଲେ । ଏଥର ବିରେନଙ୍କୁ ବିଜେଡି ଟିକେଟ ନ ମିଳିବାରୁ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ । ତେଣୁ କିଛି ଲୋକ ତାଙ୍କ ଉପରେ ଅସନ୍ତୁଷ୍ଟ ଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking