22.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶମାର୍ଚ୍ଚ ୧୩ ପରେ ନିର୍ବାଚନ ବିଜ୍ଞପ୍ତି

ମାର୍ଚ୍ଚ ୧୩ ପରେ ନିର୍ବାଚନ ବିଜ୍ଞପ୍ତି

ନୂଆଦିଲ୍ଲୀ: ମାର୍ଚ୍ଚ ୧୩ ପରେ ନିର୍ବାଚନ ଆୟୋଗ ଲୋକସଭା ନିର୍ବାଚନ ବିଜ୍ଞପ୍ତି ପ୍ରକାଶ କରିବାର ସମ୍ଭାବନା ରହିଛି । ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ସମ୍ପର୍କରେ ସବିଶେଷ ତଥ୍ୟ ହାସଲ କରିବା ଉଦ୍ଦେଶ୍ୟରେ ଆୟୋଗ ଏବେ ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି । ଏହି ପ୍ରକ୍ରିୟା ଶେଷ ହେବା ପରେ ତାରିଖ ଘୋଷଣା କରାଯିବ ବୋଲି ନିର୍ବାଚନ ଆୟୋଗଙ୍କ ସୂତ୍ରରୁ ଖବର ପ୍ରକାଶ ପାଇଛି । ରାଜ୍ୟୱାରୀ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ସହ ନିୟମିତ ବୈଠକ କରି ଆୟୋଗ ଟିମ୍ ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି । ଗତ କିଛି ମାସ ଧରି ସମସ୍ତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ସହିତ ନିୟମିତ ବୈଠକ କରି ପ୍ରସ୍ତୁତି ବାବଦରେ ପଚାରି ବୁଝୁଛନ୍ତି । ସିଇଓମାନେ ଯେଉଁ ସବୁ କ୍ଷେତ୍ରରେ ତ୍ରୁଟି ରହିଛି, ସେସବୁ ବାବଦରେ ସବିଶେଷ ତଥ୍ୟ ଦେଇଛନ୍ତି । ବୈଠକରେ ଇଭିଏମ୍ ମେସିନ୍‌ର ଗତିବିଧି, ସୁରକ୍ଷା କର୍ମୀଙ୍କ ଆବଶ୍ୟକତା, ରାଜ୍ୟ ସୀମା ଉପରେ ନଜର ରଖିବା ଭଳି ବ୍ୟବହାରିକ ସମସ୍ୟା ଉପରେ ଆଲୋଚନା କରାଯାଉଛି । କେନ୍ଦ୍ରୀୟ ପୋଲ୍ ସଂସ୍ଥାର ଅଧିକାରୀମାନେ ବର୍ତ୍ତମାନ ତାମିଲନାଡୁ ଗସ୍ତରେ ଅଛନ୍ତି ।

ଏହାପରେ ଉତ୍ତରପ୍ରଦେଶ ଏବଂ ଜମ୍ମୁ-କଶ୍ମୀରରେ ରିଭ୍ୟୁ କରିବେ । ମାର୍ଚ୍ଚ ୧୩ ତାରିଖ ସୁଦ୍ଧା ଜମ୍ମୁ-କାଶ୍ମୀର ଗସ୍ତ ସହ ନିର୍ବାଚନ ଆୟୋଗଙ୍କ ରାଜ୍ୟ ପରିଦର୍ଶନ ପ୍ରକ୍ରିୟା ଶେଷ ହୋଇଯିବ । ତେଣୁ ୧୩ ତାରିଖ ପରେ ଯେକୌଣସି ସମୟରେ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି । ଏସବୁ ମଧ୍ୟରେ ଆଜି ଏହି ବଡ଼ ଖବର ସାମ୍ନାକୁ ଆସିଛି ଯେ ନିର୍ବାଚନ ଆୟୋଗ ଆଗାମୀ ସାଧାରଣ ନିର୍ବାଚନକୁ ୬ କିମ୍ବା ୭ ପର୍ଯ୍ୟାୟରେ କରିବାକୁ ବିଚାର କରୁଛନ୍ତି । ସୂଚନାନୁସାରେ ଅଧିକାଂଶ ରାଜ୍ୟରେ ପାରମ୍ପରିକ ପର୍ଯ୍ୟାୟକ୍ରମେ ହିଁ ନିର୍ବାଚନ ଅନୁଷ୍ଠିତ ହେବ । କିନ୍ତୁ ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଆସାମ ଭଳି ୬ଟି ରାଜ୍ୟରେ ଏଥର ଦୁଇ କିମ୍ବା ତଦୁର୍ଦ୍ଧ୍ୱ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ପାଇଁ ଆୟୋଗ ଯୋଜନା ପ୍ରସ୍ତୁତ କରୁଛନ୍ତି । ସେହିପରି ତାମିଲନାଡୁ, କେରଳ, ଗୁଜରାଟ, ହରିଆଣା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକରେ ଗୋଟିଏ ପର୍ଯ୍ୟାୟରେ ହିଁ ଭୋଟ୍‌ଗ୍ରହଣ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking