ନୂଆଦିଲ୍ଲୀ:ଦିଲ୍ଲୀର ସରକାରର ମନ୍ତ୍ରୀ ସତ୍ୟେନ୍ଦ୍ର ଜେଲ୍ରେ ତିହାର ଜେଲ୍ରେ ଆରାମ ଜୀବନ ଅତିବାହିତ କରୁଥିବା ଇଡି ପକ୍ଷରୁ ଅଭିଯୋଗ କରାଯାଇଛି । ଏ ସମ୍ପର୍କରେ ଇଡି କୋର୍ଟରେ ସିସିଟିଭି ଫୁଟେଜ୍ ଦାଖଲ କରିଛି । ଅଭିଯୋଗରେ ଇଡି କହିଛି, ତିହାର ଜେଲ୍ରେ ସତ୍ୟେନ୍ଦ୍ର ଜୈନଙ୍କୁ ହେଡ୍ ମସାଜ୍, ଫୁଟ୍ ମସାଜ୍ ଏବଂ ବ୍ୟାକ୍ ମସାଜ୍ ପରି ସୁବିଧା ଯୋଗାଇ ଦିଆଯାଉଛି । ଫୁଜେଟ୍ ମୁତାବିକ ଜେଲ୍ ସୁପରିନ୍ଟେଣ୍ଡେଣ୍ଟ୍ ନିୟମ ବିରୋଧରେ ପ୍ରତିଦିନ ତାଙ୍କୁ ସାକ୍ଷାତ କରି ତାଙ୍କର ଭଲ ମନ୍ଦ ବୁଝି ପଚାରୁଛନ୍ତି । ସେହିପରି କୋର୍ଟ ଆଦେଶର ଅବହେଳନା କରି ତାଙ୍କୁ ଘରେ ପ୍ରସ୍ତୁତ ଖାଦ୍ୟ ଯୋଗାଇ ଦିଆଯାଉଛି ।
ଜେଲ୍ ମାନୁଆଲ୍ ବିରୋଧରେ ସତ୍ୟେନ୍ଦ୍ର ଜୈନଙ୍କ ପତ୍ନୀ ପୂନମ ଜୈନ ସବୁବେଳେ ସେଲ୍ରେ ତାଙ୍କୁ ଭେଟୁଛନ୍ତି, ଯାହା ସମ୍ପୂର୍ଣ୍ଣ ବେନିୟମ । ସେହିପରି ସିସିଟିଭି ଫୁଟେଜ୍ ଅନୁସାରେ ତିହାର ଜେଲ୍ରେ ଥିôବା ଏହି କେସ୍ର ଅନ୍ୟ ଅଭିଯୁକ୍ତ ଅଙ୍କୁଶ ଜୈନ ଓ ବୈଭବ ଜୈନ୍ଙ୍କ ସହ ମନ୍ତ୍ରୀ ନିଜ ସେଲ୍ରେ ପ୍ରାୟ ସମୟ ଘଣ୍ଟା ଘଣ୍ଟା ଧରି ମିଟିଂ କରୁଛନ୍ତି, ଯାହା ଏହି କେସ୍ର ତଦନ୍ତ ପାଇଁ ଠିକ୍ ନୁହେଁ ବୋଲି ଇଡି ପକ୍ଷରୁ କୁହାଯାଇଛି । ଦିଲ୍ଲୀ ସରକାରରେ ଜେଲ୍ ମନ୍ତ୍ରୀ ଥିବା ସତ୍ୟେନ୍ଦ୍ର ଜୈନ୍ ପଦର ଲାଭ ଉଠାଉଥିବା ଆଫିଡେଭିଟ୍ରେ ଇଡି ଲେଖିଛି ।
ତିହାର ଜେଲ୍ ପ୍ରଶାସନ କହିଛି, ଇଡି ମାଗିଥିବା ସତ୍ୟେନ୍ଦ୍ର ଜୈନ୍ଙ୍କ ସେଲ୍ ଏବଂ ୱାର୍ଡର ସିସିଟିଭି ଫୁଟେଜ୍ ଏଜେନ୍ସିକୁ ପ୍ରଦାନ କରାଯାଇଛି । ସେହିପରି ଜୈନ୍ଙ୍କ ସେଲ୍କୁ କୌଣସି ବାହାର ବ୍ୟକ୍ତି ଆସୁନାହାନ୍ତି । ତେବେ ସକାଳେ କଏଦୀଙ୍କ ଗଣତି ବେଳେ ୱାର୍ଡରେ ଉପସ୍ଥିତି ସମସ୍ତ କଏଦୀ ପରସ୍ପର ମଧ୍ୟରେ କଥାବାର୍ତ୍ତା କରିଥାନ୍ତି । ସେଲ୍ରେ କୌଣସି ପ୍ରକାର ଇଲେକ୍ଟ୍ରେନିକ୍ସ ଗେଜେଟ୍ ଥିବା ଘଟଣାକୁ ଜେଲ୍ ପ୍ରଶାସନ ପକ୍ଷରୁ ଅସ୍ୱୀକାର କରାଯାଇଛି।