ଭୁବନେଶ୍ୱର: ଏନସିବିର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ଅଡୁଆ ବଢିଛି । ସିବିଆଇ ପରେ ତାଙ୍କ ବିରୋଧରେ ଏବେ ଇଡ଼ି ମନି ଲଣ୍ଡରିଂ ମାମଲା ରୁଜୁ କରିଛି । ସମୀର ୱାଙ୍ଖଡେ ଡ୍ରଗ୍ସ ମାମଲାରେ ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ । ଏହି ମାମଲା ପରେ ସମୀର ୱାଙ୍ଖଡେ ଲାଞ୍ଚ ନେବା ଅଭିଯୋଗରେ ଧରାପଡିଥିଲେ ଏବଂ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।