20.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶପୁଣି ବଢିଲା ଇଡି ନିର୍ଦ୍ଦେଶକ ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳ

ପୁଣି ବଢିଲା ଇଡି ନିର୍ଦ୍ଦେଶକ ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁଖ୍ୟ ସଞ୍ଜୟ କୁମାର ମିଶ୍ରଙ୍କ ପୁଣିଥରେ ବଢିଲା କାର୍ଯ୍ୟକାଳ । ଇଡି ମୁଖ୍ୟଙ୍କ କାର୍ଯ୍ୟକାଳ ୧୬ ଅକ୍ଟୋବର ପର୍ଯ୍ୟନ୍ତ ବଢାଇବା ନେଇ କେନ୍ଦ୍ର ସରକାର କରିଥିବା ଦାବି ନେଇ ସୁପ୍ରିମକୋର୍ଟ ଗୁରୁବାର ଶୁଣାଣି କରିଛନ୍ତି । ଏହାପରେ କୋର୍ଟ ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ବଢାଇ ୧୫ ସେପ୍େଟମ୍ବର ପର୍ଯ୍ୟନ୍ତ କରିବା ପାଇଁ ଅନୁମତି ଦେଇଛନ୍ତି । ଏହା ପଛରେ ଦେଶର ହିତ ରହିଛି ବୋଲି କୁହାଯାଇଛି । ଶୁଣାଣି ବେଳେ ସଲିସିଟର ଜେନରାଲ ତୁଷାର ମେହେଟା କହିଛନ୍ତି, ଆମେ ସବୁ ଆବେଦନକାରୀଙ୍କୁ ସୂଚିତ କରିଛୁ । ଆମେ ଜାଣୁ ଆପଣ ତାଙ୍କୁ ହଟାଇବାର ନିର୍ଦ୍ଦେଶ ଦେଇଛନ୍ତି, କିନ୍ତୁ ପରିସ୍ଥିତି ଅସାଧରଣ ରହିଛି ।

ଆର୍ôଥକ କାର୍ଯ୍ୟାନୁଷ୍ଠାନ କାର୍ଯ୍ୟବଳ(ଏଫ୍‌ଏଟିଏଫ୍‌)କୁ ନେଇ ଗ୍ରସ୍ତ ନଭେମ୍ବରରେ ରହିଛି । ଏନେଇ ଜଷ୍ଟିସ୍ ବି.ଆର ଗବଇ କହିଛନ୍ତି କ’ଣ ଆପଣ ଏହି ଛବି ତିଆରି କରୁନାହାନ୍ତି ଯେ, ବାକି ସବୁ ଅଧିକାରୀ ଅଯୋଗ୍ୟ? କେବଳ ଜଣେ ଅଧିକାରୀ କାମ କରିବାରେ ସକ୍ଷମ? ଜଷ୍ଟିସ ଗବଇଙ୍କ ମନ୍ତବ୍ୟ ଉପରେ ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି, ଏହା ନୁହେଁ ।ଏହା ନେତୃତ୍ୱର ଏକ ବିଷୟ । ଏହି ଅଧିକାରୀ ପ୍ରାୟ ୫ ବର୍ଷ ଧରି ଏହି ମାମଲାର ପ୍ରସ୍ତୁତି ସହିତ ଜଡିତ ଅଛନ୍ତି । ଭାରତକୁ ଯେଉଁ ରେଟିଂ ମିଳିବ, ତାହାଦ୍ୱାରା ଦେଶକୁ ବହୁତ ଲାଭ ମିଳିବ । ବିଶ୍ୱ ବ୍ୟାଙ୍କ ଇତ୍ୟାଦିର କ୍ରେଡିଟ୍ ରେଟିଂ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପଡ଼ିବ । ଏହା ଉପରେ ଜଷ୍ଟିସ୍ ଗବଇ କହିଛନ୍ତି ଯେ ଆମେ ସମୟ ଦେଇଥିଲୁ ଯାହା ଦ୍ୱାରା ଏଜେନ୍ସିରେ ନେତୃତ୍ୱ ପରିବର୍ତ୍ତନ ହୋଇପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking