23.1 C
Bhubaneswar
Thursday, December 26, 2024
Homeବିଜିନେସ୍୨୦୨୪ ପରେ ଟ୍ରାକ୍‌କୁ ଫେରିବ ଅର୍ଥନୀତି: ଗୀତା ଗୋପୀନାଥ

୨୦୨୪ ପରେ ଟ୍ରାକ୍‌କୁ ଫେରିବ ଅର୍ଥନୀତି: ଗୀତା ଗୋପୀନାଥ

ନୂଆଦିଲ୍ଲୀ : ୨୦୨୪ ପରେ ସମଗ୍ର ବିଶ୍ୱର ଅର୍ଥନୀତି ଟ୍ରାକ୍‌କୁ ଫେରିବ ବୋଲି ଆକଳନ କରିଛନ୍ତି ଗୀତା ଗୋପୀନାଥ । ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ରେ ମୁଖ୍ୟ ଅର୍ଥନୀତିଜ୍ଞ ରହିଥିବା ଗୀତା ବୁଧବାର ଏହି ଆକଳନ କରିଛନ୍ତି । ବିକଶିତ ରାଷ୍ଟ୍ର ଗୁଡିକର ଅର୍ଥନୀତି ୨୦୨୪ ସୁଦ୍ଧା ପୁଣି ଥରେ ଟ୍ରାକ୍‌କୁ ଫେରିବେ । ତେବେ ବିକାଶଶୀଳ ରାଷ୍ଟ୍ର ଗୁଡିକର ଅର୍ଥନୈତିକ ଅଭିବୃଦ୍ଧି ଆକଳନ ଠାରୁ ପଛୁଆ ରହିବ । ବିକାଶଶୀଳ ରାଷ୍ଟ୍ର ଗୁଡିକର ଅର୍ଥନୀତି ପ୍ରାୟ ୫% ବା ଏହାଠାରୁ ତଳୁଆ ରହିବ ବୋଲି ଗୀତା ଆକଳନ କରିଛନ୍ତି । କରୋନ ଦ୍ୱାରା ପ୍ରଭାବିତ ଅର୍ଥନୀତି ବର୍ତ୍ତମାନ ଧୀରେ ଧୀରେ ଅଣ୍ଟା ସଳଖୁଛି । କରୋନା ପ୍ରଭାବିତ ଅର୍ଥନୀତିର ପ୍ରଭାବ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ତେବେ ରୁଷ୍‌-ୟୁକ୍ରେନ୍ ଯୁଦ୍ଧ କାରଣରୁ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେବା ସହିତ ବିଶ୍ୱର ଅର୍ଥନୈତିକ ବିକାଶ ବାଧାପ୍ରାପ୍ତ ହୋଇଛି । ଆଇଏମ୍‌ଏଫ୍‌ର ପ୍ରଥମ ଉପ ପରିଚାଳନା ନିର୍ଦ୍ଦେଶକ କହିଛନ୍ତି ୟୁକ୍ରେନ୍ ଯୁଦ୍ଧ ସମଗ୍ର ବିଶ୍ୱ ପାଇଁ ଚିନ୍ତାଜନକ ବିଷୟ ପାଲଟିଛି ।

ସମଗ୍ର ବିଶ୍ୱରେ ଖାଦ୍ୟ ପଦାର୍ଥ ଏବଂ ତୈଳଦର ଆକାଶ ଛୁଇଁବାରେ ଲାଗିଛି । ଆନ୍ତର୍ଜାତୀୟ ଅଭିବୃଦ୍ଧି ହର ଦ୍ରୁତ ଗତିରେ ତଳକୁ ଖସିବାରେ ଲାଗିଛି । ରୁଷ୍‌-ୟୁକ୍ରେନ୍ ଯୁଦ୍ଧ କାରଣରୁ ଏଭଳି ପରସ୍ଥିତି ଉପୁଜିଥିବା ନେଇ କହିଛନ୍ତି ଗୋପୀନାଥ । ଜୀବନ ଧାରଣର ମାନ ଦିନକୁ ଦିନ ଅତ୍ୟନ୍ତ ମହଙ୍ଗା ହେବାରେ ଲାଗିଛି । ବିଭିନ୍ନ ରାଷ୍ଟ୍ରର କେନ୍ଦ୍ରୀୟ ବ୍ୟାଙ୍କ ଗୁଡିକ ପରସ୍ଥିତିକୁ ସାଧାରଣ କରିବା ପାଇଁ ପ୍ରୟାସରତ ଅଛନ୍ତି । ମୁଦ୍ରାସ୍ଫୀତିର ମୁକାବିଲା ପାଇଁ ବ
ବ୍ୟାଙ୍କ ଗୁଡିକ ପକ୍ଷରୁ ରେପୋ ରେଟ୍‌କୁ ବୃଦ୍ଧି କରାଯଉଛି । ତେବେ କେବଳ ସୁଧହାର ବୃଦ୍ଧି କରିବା ଦ୍ୱାରା ଏହି ସମସ୍ୟାର ସମାଧାନ ହେବ ନାହିଁ । ବିଶ୍ୱବ୍ୟାପୀ ବାଣିଜ୍ୟକୁ ମଧ୍ୟ ଦୃଷ୍ଟିରେ ରଖିବାକୁ ପଡିବ ବୋଲି ଗୋପୀନାଥ କହିଛନ୍ତି । ଏହା ସହିତ ସେ ସମଗ୍ର ବିଶ୍ୱର ଅଭିବୃଦ୍ଧି ହାର କମ ରହିବା ନେଇ ଆକଳନ ମଧ୍ୟ କରିଥନ୍ତି । ଆଇଏମ୍‌ଏଫ୍ ପକ୍ଷରୁ ପକ୍ଷରୁ କୁହାଯାଇଛି କି ୧୪୩ ଟି ରାଷ୍ଟ୍ର ଗଭୀର ଭାବେ ପ୍ରଭାବିତ ହେବେ ।

ଅଭିବୃଦ୍ଧି ହାର ଉପରେ ଏହା ଅତ୍ୟନ୍ତ ନକରାତ୍ମକ ପ୍ରଭାବ ପକାଇବ ବୋଲି ମଧ୍ୟ ଆକଳନ କରିଛି ଆଇଏମ୍‌ଏଫ୍ । ଆଇଏମ୍‌ଏଫ୍ ପକ୍ଷରୁ କରାଯାଇଥିବା ରିସର୍ଚ୍ଚ ଅନୁଯାୟୀ ପରବର୍ତ୍ତୀ ତିନି ମାସ ମଧ୍ୟରେ ସମଗ୍ର ବିଶ୍ୱରେ ଆକଳନ ପ୍ରଥମ କ୍ୱାର୍ଟରରେ କମ୍ ରହିବ । ପରବର୍ତ୍ତୀ ପର୍ଯ୍ୟାୟରେ ଏଥିରେ ଉନ୍ନତି ଦେଖାଦେବ ମାତ୍ର ବାର୍ଷିକ ଉତ୍ପାଦନ ଆକଳନ ଠାରୁ ୦.୩୫ ପ୍ରତିଶତ ପଛରେ ରହିଯିବ । ଭାରତୀୟ ଅର୍ଥନୀତି ଗଭୀର ଭାବରେ ପ୍ରଭାବିତ ହେବ ବୋଲି ଆକଳନ କରାଯାଇଛି । ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଭାରତର ଜିଡିପି ୮ ପ୍ରତିଶତ ଉପରେ ରହିବା ନେଇ ଆକଳନ କରାଯାଇଥିଲା ମାତ୍ର ୟୁକ୍ରେନ ଯୁଦ୍ଧ ଏବଂ ଭାରତରେ ଖୁଚୁରା ମୁଦ୍ରାସ୍ଫୀତିରେ ବୃଦ୍ଧି କାରଣରୁ ଏହାକୁ ୭.୫ପ୍ରତିଶତକୁ ହ୍ରାସ କରି ଦିଆଯାଇଛି । କେବଳ ଭାରତ ନୁହେଁ ସମଗ୍ର ଦକ୍ଷିଣ ଏସିଆ ପାଇଁ ନିଜର ଅର୍ଥନୈତିକ ଆକଳନକୁ ସଂଶୋଧନ କରିଛିା । ଚଳିତ ମାର୍ଚ୍ଚରୁ ୨୦୨୩ ମାର୍ଚ୍ଚ ମଧ୍ୟରେ ଜିଡିପି ଏହିପରି ରହିବ ବୋଲି ଆକଳନ କରାଯାଇଛି । ୟୁକ୍ରେନ୍‌-ରୁଷ୍ ଯୁଦ୍ଧ ମଧ୍ୟ ଭାରତୀୟ ଅର୍ଥନୀତିକୁ ପ୍ରଭାବିତ କରିଛି । କରୋନା ପ୍ରପୀଡିତ ଭାରତ ବର୍ତ୍ତମାନ ସୁଦ୍ଧା ଏହି ସମସ୍ୟାରୁ ବାହାରି ପାରି ନାହିଁ । ଶ୍ରମିକ ଅଭାବ ଏବଂ ମୁଦ୍ରାସ୍ଫୀତି ଏହି ଦୁଇଟି ଜିନିଷ ଗଭୀର ଭାବରେ ଅର୍ଥନୀତିକୁ ପ୍ରଭାବିତ କରିବ ବୋଲି କୁହାଯାଇଛି । କେବଳ ଭାରତର ନୁହେଁ ଏହି ସମୟରେ ଦକ୍ଷିଣ ଏସିଆରେ ଅନ୍ୟ ରାଷ୍ଟ୍ର ଗୁଡିକ ମଧ୍ୟ ସମାନ ସମସ୍ୟାର ସମ୍ମୁଖୀନ ହେବେ ବୋଲି କହିଛନ୍ତି ଗୋପୀନାଥ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking