25.1 C
Bhubaneswar
Thursday, December 26, 2024
Homeକରୋନା୮ମ ପର୍ଯ୍ୟାୟ ମତଦାନ ପୂର୍ବରୁ ବୀରଭୂମରେ ବିଶେଷ ଫୋକସ

୮ମ ପର୍ଯ୍ୟାୟ ମତଦାନ ପୂର୍ବରୁ ବୀରଭୂମରେ ବିଶେଷ ଫୋକସ

କୋଲକାତା: ବୀରଭୂମରେ ବିଧାନସଭା ନିର୍ବାଚନ ୨୦୨୧ ମତଦାନର ୨୪ ଘଣ୍ଟା ପୂର୍ବରୁ ନିର୍ବାଚନ ଆୟୋଗ ଅତିରିକ୍ତ ପୋଲିସ ଅଧିକାରୀ ନିୟୋଜିତ କରିଛନ୍ତି । କୁହାଯାଉଛି ଯେ, ଶେଷ ପର୍ଯ୍ୟାୟ ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଭାବରେ କରିବା ପାଇଁ ନିର୍ବାଚନ ଆୟୋଗ ରାଜ୍ୟ ପୁଲିସର ୪ ଆଲା ଅଧିକାରୀଙ୍କ ଅସ୍ଥାୟୀ ନିଯୁକ୍ତି ବୀରଭୂମ ଜିଲ୍ଲାରେ କରିଛନ୍ତି । ବୀରଭୂମ ଜିଲ୍ଲାର ୧୧ ସିଟରେ ୨୯ ଏପ୍ରିଲରେ ମତଦାନ ହେବ ।
ନୂଆ ଅଧିକାରୀଙ୍କ ମଧ୍ୟରେ ଚନ୍ଦନନଗର ପୁଲିସ କମିଶନରେଟର ଡିସି ଏସିପି ତନ୍ମୟ ମୁଖାର୍ଜୀ, ବାଙ୍କୁଡା ଏସି କମାଣ୍ଡୋ ସୁମନ କାନ୍ତି ଘୋଷ, ବଶୀରହାଟ ମିନାଖାର ଏସଡିପ୍ଖସ ନିର୍ମଳ କୁମାର ଦାସ, ପୂର୍ବ ବର୍ଦମାନ ଓ ପୂର୍ବ ମୋଦିନିପୁର ଜିଲ୍ଲାର ମହିଷାଦଳର ସିଆଇ ଶ୍ରୀ୍‌ଷନ୍ଦୁ ଦାସଙ୍କୁ ୮ମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆୟୋଗ ବୀରଭୂମ ପଠାଇଛନ୍ତି । ୨୮ରୁ ୩୦ ଏପ୍ରିଲ ପର୍ଯ୍ୟନ୍ତ ବୀରଭୂମରେ ଡ୍ୟୁଟି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking