28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶବିଜେପିକୁ ଇସି ନୋଟିସ

ବିଜେପିକୁ ଇସି ନୋଟିସ

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନ (ଇସି) ପକ୍ଷରୁ ମଙ୍ଗଳବାର ବିଜେପି ଦିଲ୍ଲୀ ଶାଖାକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଆମ୍ ଆଦ୍‌ମୀ ପାର୍ଟି (ଆପ୍‌)ର ଅଭିଯୋଗକୁ ଆଧାର କରି ଦିଲ୍ଲୀ ଶାଖା ସଭାପତି ବୀରେନ୍ଦ୍ର ସଚଦେବାଙ୍କ ନାମରେ ଏହି ନୋଟିସ ଇସ୍ୟୁ କରାଯାଇଛି । ନଭେମ୍ବର ୨୩ ରାତି ୮ଟା ସୁଦ୍ଧା ଜବାବ ଦାଖଲ କରିବାକୁ ସଚଦେବାଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ବିଜେପିର ଦିଲ୍ଲୀ ଶାଖା ତରଫରୁ ସେମାନଙ୍କ ୱେବ୍‌ସାଇଟ୍‌ରେ ଯେଭଳି ବିଷୟବସ୍ତୁ ଅପ୍‌ଲୋଡ୍ କରାଯାଉଛି, ତଦ୍ୱାରା ନିର୍ବାଚନ ଆଚରଣ ବିଧି ଉଳ୍ଲଘଂନ ହେଉଥିବା ଆପ୍ ପକ୍ଷରୁ ଅଭିଯୋଗ ହୋଇଛି । ମିଜୋରାମ, ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଅକ୍ଟୋବର ୯ରୁ ଇସି ବିଜ୍ଞପ୍ତି ଜାରି କରିଥିବାବେଳେ ସେହିଦିନଠାରୁ ଆଚରଣ ବିଧି ଲାଗୁ ହୋଇସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking