ହାଇଦ୍ରାବାଦ: ଦେଶ ତଥା ବିଶ୍ବରେ ଲୋକମାନେ ଜାଣିଶୁଣି କିମ୍ବା ଅଜାଣତରେ ଆବଶ୍ୟକତାଠାରୁ ଅଧିକ ଲୁଣ ଖାଇଥାନ୍ତି । ଅନେକ ଲୋକ ଖାଇବା ସମୟରେ ବହୁତ ଅତିରିକ୍ତ ଲୁଣ ଖାଇଥାନ୍ତି । ଶରୀର ପାଇଁ ଲୁଣର ଆବଶ୍ୟକତା ଠାରୁ ଅଧିକ ଲୁଣ ଖାଇଥାନ୍ତି । ଏହି କାରଣରୁ ଉଚ୍ଚ ରକ୍ତଚାପ ବ୍ୟତୀତ ଅନେକ ଲୋକ ଧୀରେଧୀରେ ଗୁରୁତର ରୋଗର ଶିକାର ହୋଇଥାନ୍ତି । ସେହି ମଧ୍ୟରୁ ଗୋଟିଏ ସମସ୍ୟା ହେଉଛି ଡିମେନ୍ସିଆ । ଏହି କାରଣରୁ ମସ୍ତିଷ୍କର ସ୍ନାୟୁ କୋଷଗୁଡ଼ିକରେ ଅନେକ କ୍ଷତି ହୋଇଥାଏ ।
ଡିମେନ୍ସିଆ ରୋଗୀଙ୍କ ମଧ୍ୟରେ ଚିନ୍ତା କରିବା, ମନେରଖିବା କ୍ଷମତା କମିଯାଇଥାଏ । ତେବେ ଜାପାନୀଙ୍କ କ୍ଷେତ୍ରରେ ଡିମେନ୍ସିଆ ଏକ ସାଧାରଣ ସମସ୍ୟା ପାଲଟିଗଲାଣି । ଡିମେନ୍ସିଆ ହେତୁ ଅନେକାଂଶରେ ରୋଗୀ ପାଗଳାମିର ଶିକାର ହୋଇପାରନ୍ତି ବୋଲି ଏକ ଅଧ୍ୟୟନରୁ ଜଣାପଡିଛି ।
ଡାକ୍ତରୀ ବିଜ୍ଞାନରେ ଡିମେନ୍ସିଆକୁ ଏକ ରୋଗ ଭାବରେ ବିବେଚନା କରାଯାଏ ନାହିଁ। ବର୍ତ୍ତମାନ ମସ୍ତିଷ୍କ ଉପରେ ଏହାର ପ୍ରଭାବ ହ୍ରାସ କରିବା ପାଇଁ କୌଣସି ଚିକିତ୍ସା ମଧ୍ୟ ନାହିଁ। ଅନ୍ୟପଟେ ଏହି ରୋଗର ନିରାକରଣ ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଔଷଧ ମଧ୍ୟ ବାହାରି ପାରିନାହିଁ। ବିଶ୍ବରେ ଜନସଂଖ୍ୟା ବୃଦ୍ଧି ସହିତ ଡିମେନ୍ସିଆ ନିରାକରଣ ଏବଂ ଚିକିତ୍ସା ପାଇଁ ଔଷଧର ଆବଶ୍ୟକତା ରହିଛି ।