41.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶତୁଳସୀ ଗଛ ସହ ଜଡିତ କରନ୍ତୁ ଏହି ୩ଟି ଉପାୟ, ଦୁର୍ଭାଗ୍ୟରୁ ମିଳିବ ମୁକ୍ତି

ତୁଳସୀ ଗଛ ସହ ଜଡିତ କରନ୍ତୁ ଏହି ୩ଟି ଉପାୟ, ଦୁର୍ଭାଗ୍ୟରୁ ମିଳିବ ମୁକ୍ତି

ନୂଆଦିଲ୍ଲୀ : ତୁଳସୀକୁ ଆୟୁର୍ବେଦିକ ଗୁଣରେ ପରିପୂର୍ଣ୍ଣ ଉଦ୍ଭିଦ ଭାବରେ ବିବେଚନା କରାଯାଏ। ତୁଳସୀ ଗଛରେ ଦେବୀ ଲକ୍ଷ୍ମୀ ବାସ କରନ୍ତି। ଏହି କାରଣରୁ ସନାତନ ଧର୍ମରେ ଏମିତି କୌଣସି ଘର ନାହିଁ, ଯେଉଁଠାରେ ତୁଳସୀ ଗଛ ପୂଜା ହୁଏନି। ଯେଉଁ ଘରେ ଏହି ଗଛ ଲଗାଯାଏ, ସେଠାରେ ସର୍ବଦା ସକରାତ୍ମକ ଶକ୍ତି ରହିଥାଏ। ଜ୍ୟୋତିଷ ଶାସ୍ତ୍ରରେ ତୁଳସୀ ଗଛ ସହିତ ଜଡିତ ଅନେକ ଉପାୟ ବିଷୟରେ କୁହାଯାଇଛି। ଯାହାକୁ ଆପଣେଇ ଆପଣ ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିଣତ କରିପାରିବେ। ଆସନ୍ତୁ ଜାଣିବା ସେହି ଚମତ୍କାର ଉପାୟ ବିଷୟରେ…

ଅଟାର ଦୀପ ଜାଳନ୍ତୁ : ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ନିଜର ଭାଗ୍ୟ ଉଦୟ କରିବା ପାଇଁ, ଅଟାରେ ଏକ ଦୀପ ତିଆରି କରନ୍ତୁ। ଏହା ପରେ, ଏଥିରେ ଘିଅ ଏବଂ ଚିମୁଟାଏ ହଳଦୀ ପକାଇ ସନ୍ଧ୍ୟାରେ ଦୀପ ଜାଳନ୍ତୁ।  ତା’ପରେ ସେହି ଦୀପକୁ ତୁଳସୀ ମୂଳରେ ଉତ୍ତର ଦିଗରେ ରଖନ୍ତୁ। ଧ୍ୟାନ ଦେବେ ଯେପରି ଦୀପ ରଖିବା ସମୟରେ ଆପଣଙ୍କ ହାତ ତୁଳସୀକୁ ଗଛକୁ ଛୁଇଁବ ନାହିଁ ।

ଏକାଦଶୀରେ ତୁଳସୀକୁ ଗୁଡ ଚଢାନ୍ତୁ : ନିଜର ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିଣତ କରିବା ପାଇଁ, ଏକାଦଶୀ ଦିନ ତୁଳସୀ ଗଛକୁ ଗୁଡ ଭୋଗ ଲଗାନ୍ତୁ। ଏହା କରିବା ଦ୍ୱାରା ମା’ ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ ପ୍ରସନ୍ନ ହୁଅନ୍ତି। ଭଗବାନ ବିଷ୍ଣୁଙ୍କର ଗୁଡ ଅତି ପ୍ରିୟ। ତେଣୁ ଏକାଦଶୀ ଦିନ ତୁଳସୀ ଗଛକୁ ଗୁଡ ଭୋଗ ଲଗାନ୍ତୁ।

ପ୍ରତିଦିନ ଏହି ମନ୍ତ୍ର ଜପ କରନ୍ତୁ : ନିଜର ଖରାପ ଦିନରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ତୁଳସୀ ଗଛକୁ ପାଣି ଦିଅନ୍ତୁ। ତୁଳସୀ ଗଛକୁ ପୂଜା କରିବାବେଳେ, ଏହା ପାଖରେ ବସି ଓମ୍ ନମୋ ଭଗବତ ବାସୁଦେବୟ ନମଃ ମନ୍ତ୍ର ୧୦୮ ଥର ଜପ କରନ୍ତୁ। ଏହା ସହିତ ଦେବୀ ତୁଳସୀଙ୍କ ସାମ୍ନାରେ ବସି ଆପଣଙ୍କର ସମସ୍ତ ସମସ୍ୟା କୁହନ୍ତୁ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking