28.1 C
Bhubaneswar
Thursday, March 28, 2024
Homeସ୍ୱାସ୍ଥ୍ୟଅଧିକ ପରିମାଣରେ ମାଛ ଖାଇବା ଦ୍ୱାରା ଏକ ନୂଆ କ୍ୟାନସରର ଆଶଙ୍କା ବଢ଼ୁଛି

ଅଧିକ ପରିମାଣରେ ମାଛ ଖାଇବା ଦ୍ୱାରା ଏକ ନୂଆ କ୍ୟାନସରର ଆଶଙ୍କା ବଢ଼ୁଛି

ନୂଆଦିଲ୍ଲୀ: ସାଧାରଣ ଭାବେ ଅଧିକ ମାଛ ଖାଇବା ଫଳରେ ଆମ ଶରୀରକୁ ଅନେକ ଫାଇଦା ମିଳିଥାଏ । ତେବେ ମାଛ ଖାଇବା ଫଳରେ ଏକପ୍ରକାର କ୍ୟାନସରର ଆଶଙ୍କା ରହିଥିବା ନିକଟରେ ଏକ ରିସର୍ଚ୍ଚରୁ ଜଣାପଡ଼ିଛି । ଯେଉଁମାନେ ନନଭେଜ୍ ଖାଆନ୍ତି ସେମାନେ ଖାଦ୍ୟରେ ଅଣ୍ଡା, ଚିକେନ, ମଟନ, ସି-ଫୁଡ, ମାଛ ଆଦି ହାଇ ପ୍ରୋଟିନଯୁକ୍ତ ଖାଦ୍ୟ ସାମିଲ କରିଥାନ୍ତି ।

ବ୍ରାଉନ ୟୁନିଭରସିଟି ପକ୍ଷରୁ କରାଯାଇଥିବା ନୂଆ ଷ୍ଟଡି ମୁତାବକ, ମାଛ ଖାଇବା ଫଳରେ ଜଣେ ବ୍ୟକ୍ତିଠାରେ ମେଲେନୋମା ନାମକ ଏକ କ୍ୟାନସର ହୋଇପାରେ । ଯେଉଁମାନେ ପ୍ରତ୍ୟେକ ସପ୍ତାହରେ ୩୦୦ ଗ୍ରାମ ମାଛ ଖାଆନ୍ତି, ସେମାନଙ୍କ ଠାରେ ମେଲେନୋମାର ଆଶଙ୍କା ୨୨ ପ୍ରତିଶତ ଅଧିକ ରହିଥାଏ । ଏଥିପାଇଁ ୬୨ ବର୍ଷରୁ ଅଧିକ ବୟସର ୪ ଲକ୍ଷ ୯୧ ହଜାର ୩୬୭ ଜଣ ବୟସ୍କଙ୍କୁ ଷ୍ଟଡିରେ ସାମିଲ କରାଯାଇଥିଲା ।

ଷ୍ଟଡିରେ ସାମିଲ ହୋଇଥିବା ୧ ପ୍ରତିଶତ ଲୋକଙ୍କ ଠାରେ ମେଲେନୋମାର ଆଶଙ୍କା ବଢ଼ିଯାଇଥିଲା । ଅନ୍ୟପକ୍ଷରେ ୦.୭ ପ୍ରତିଶତ ଲୋକଙ୍କ ଠାରେ ମେଲେନୋମାରେ ସଂକ୍ରମିତ ହେବାର ଅଧିକ ଚାନ୍ସ ରହିଥିଲା । ତେବେ ମାଛ ଖାଇବା କାରଣରୁ ଏହି ସମସ୍ତ ଲୋକଙ୍କଠାରେ ଚର୍ମ କ୍ୟାନସରର ସମ୍ଭାବନା ସୃଷ୍ଟି ହୋଇଥିଲା ।ଯେଉଁମାନେ ମାଛ ଖାଆନ୍ତି ସେମାନଙ୍କଠାରେ ପାରା ଓ ଆର୍ସେନିକ ପରି ଭାରି ଧାତୁର ସ୍ତର ଅଧିକ ରହିଥାଏ । ଏହା ଚର୍ମ କ୍ୟାନସରର ସମ୍ଭାବନାକୁ ବୃଦ୍ଧି କରାଇଥାଏ । ତେବେ ଏନେଇ ଅଧିକ ରିସର୍ଚ୍ଚର ଆବଶ୍ୟକତା ରହିଛି । ଜଣେ ମଣିଷକୁ ସପ୍ତାହକୁ ଅତି କମରେ ଦୁଇଥର ମାଛ ଖାଇବା ଦରକାର । ମାଛ ଖାଇବା ପରେ ଯଦି ଚର୍ମରେ କୌଣସି ପରିବର୍ତ୍ତନ ଦେଖାଦିଏ ତେବେ ତୁରନ୍ତ ଡାକ୍ତରଙ୍କ ସହ ସମ୍ପର୍କ କରିବା ଜରୁରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking