ନୂଆଦିଲ୍ଲୀ: ସକାଳେ ଉଠିବା ପରେ ଲୋକମାନେ ବିଭିନ୍ନ ପ୍ରକାର ଜିନିଷ ଖାଇବାକୁ ଚିନ୍ତା କରିଥାଆନ୍ତି । ସେହିପରି ଅନେକ ଲୋକ ଚା ତ ଆଉ କେତେକ ଲୋକେ ଫାଷ୍ଟଫୁଡ୍ ଖାଇ ନିଜର ଦିନ ଆରମ୍ଭ କରିଥାଆନ୍ତି । କିନ୍ତୁ ଏପରି କରିବା ସ୍ବାସ୍ଥ୍ୟ ପକ୍ଷେ ହାନୀକାରକ ହୋଇଥାଏ । ପ୍ରାୟତଃ ଲୋକମାନେ ଭାବନ୍ତି ଯେ, ସକାଳୁ ବ୍ରଶ କରିବା ପରେ ଖାଲି ପେଟରେ କଣ ଖାଇବା ଦରକାର ।
ଯାହା ଦ୍ବାରା ଦିନସାରା ସତେଜ ଲାଗିବା ସହ ଭୋକ ମଧ୍ଯ ହେବନାହିଁ । ଆମେ ଆଜି ଏପରି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଖାଲି ପେଟରେ ଖାଇବା ଦ୍ୱାରା ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିପାରିବେ ।
ସକାଳୁ ଖାଲି ପେଟରେ ଉଷୁମ ପାଣି ସହ ମହୁ ଓ ଲେମ୍ବୁ ମିଶାଇ ପିଇବା ଉଚିତ୍ । ଏହା ପିଇବା ଦ୍ବାରା ପେଟ ପରିଷ୍କାର ରହିଥାଏ । ମହୁରେ ଥିବା ଫ୍ଲାଭୋନାଏଡ଼ ଓ ଏନଜାଇମ୍ ପେଟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଯଦି ଆପଣ ପ୍ରତିଦିନ ସକାଳୁ ଗରମ ପାଣିରେ ମହୁ ଓ ଲେମ୍ବୁ ମିଶାଇ ପିଉଛନ୍ତି ତାହାଲେ ଏହା ଆପଣଙ୍କ ମେଟାବୋଲିଜିମକୁ କମ୍ କରିଥାଏ ।
ସକାଳୁ ବ୍ରଶ କରିବା ପରେ ଖାଲି ପେଟରେ ଭଣ୍ତା ଓ ତରଭୁଜ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ । ଏହି ଉଭୟ ଫଳକୁ ସୁପରଫୁଡ୍ ବୋଲି କୁହାଯାଏ । ସକାଳୁ ସକାଳୁ ଏହାକୁ ଖାଲି ପେଟରେ ଏହି ଦୁଇ ଫଳକୁ ଖାଇବା ଦ୍ବାରା ହଜମ ପ୍ରକ୍ରିୟାରେ ବୃଦ୍ଧି ହୋଇଥାଏ । ଆପଣ ଜଳଖିଆରେ ମଧ୍ଯ ଏହାକୁ ଖାଇପାରିବେ । ତରଭୁଜ ଇଲେକ୍ଟ୍ରୋଲାଇଟରେ ଭରପୂର ଥିବାରୁ ଏହା ଆପଣଙ୍କ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସହାୟକ ହୋଇଥାଏ । ସେହିପରି ଏଥିରେ ଥିବା ଲାଇକୋନ୍ ଆପଣଙ୍କ ଆଖି ଓ ହୃଦୟ ପାଇଁ ମଧ୍ଯ ସହାୟକ ହୋଇଥାଏ ।