29.1 C
Bhubaneswar
Tuesday, October 22, 2024
Homeଓଡିଶା୨୦୨୧-୨୨ ପହିଲାରୁ ଇଷ୍ଟ କୋଷ୍ଟ ରେଲେୱର ରେକର୍ଡ: ୨୩୨.୧୩ ମିଲିଅନ୍ ଟନ୍ ମାଲ୍ ପରିବହନ

୨୦୨୧-୨୨ ପହିଲାରୁ ଇଷ୍ଟ କୋଷ୍ଟ ରେଲେୱର ରେକର୍ଡ: ୨୩୨.୧୩ ମିଲିଅନ୍ ଟନ୍ ମାଲ୍ ପରିବହନ

ଭୁବନେଶ୍ୱର: ୨୦୨୧-୨୨ ଆର୍ଥିକ ବର୍ଷ ଏପ୍ରିଲ୍ ପହିଲାରୁ ଗତ ମାର୍ଚ୍ଚ ୩୧ ସୁଦ୍ଧା ପୂର୍ବତଟ ରେଳପଥ ସର୍ବାଧିକ ମାଲ୍ ପରିବହନ କରି ଶୀର୍ଷ ସ୍ଥାନ ହାସଲ କରିଛି। କ୍ରମାଗତ ଭାବେ ୪ର୍ଥ ଥର ପାଇଁ ପୂର୍ବତଟ ରେଳପଥ ପଣ୍ୟ ପରିବହନରେ ଦେଶରେ ଶୀର୍ଷ ସ୍ଥାନରେ ରହିଛି। ୨୦୨୧-୨୨ରେ ପୂର୍ବତଟ ରେଳପଥ ୨୩୨.୧୩ ନିୟୁତ ଟନ୍ ମାଲ ପରିବହନ କରି ଗତ ଆର୍ଥିକ ବର୍ଷର ୨୦୪.୯୦ ନିୟୁତ ଟନ୍‌କୁ ଅତିକ୍ରମ କରିଛି। ଯାହାକି ୧୩.୨୮% ଅଭିବୃଦ୍ଧି। ଏ ବାବଦରେ ପୂର୍ବତଟ ରେଳପଥ ପ୍ରାୟ ୨୩ ହଜାର ୧୨ କୋଟି ଟଙ୍କା ଆୟ କରିଛି।
ଏହି ଅବଧି ମଧ୍ୟରେ ପୂର୍ବତଟ ରେଳପଥ ତାଳଚେରରୁ ୫୨.୮ ନିୟୁତ ଟନ୍ ପଣ୍ୟ ବୋଝେଇ କରିଥିବା ବେଳେ ପାରାଦୀପ ଅଞ୍ଚଳରୁ ୨୧.୬ ନିୟୁତ ଟନ୍‌, ଷ୍ଟିଲ୍ ପ୍ଲାଣ୍ଟଗୁଡ଼ିକରୁ ୨୧ ନିୟୁତ ଟନ୍‌, ଧାମରା ଅଞ୍ଚଳରୁ ୧୫.୨ ନିୟୁତ ଟନ୍‌, ବିଶାଖାପାଟଣା ଅଞ୍ଚଳରୁ ୧୪ ନିୟୁତ ଟନ୍‌, କୋଟ୍ଟଭଲସା ଅଞ୍ଚଳରୁ ୧୩.୭ ନିୟୁତ ଟନ୍‌, ଗଙ୍ଗାଭରମ ଅଞ୍ଚଳରୁ ୯.୯ ନିୟୁତ ଟନ୍‌, ଆଲୁମିନିୟମ୍ ୮ ନିୟୁତ ଟନ୍ ଓ ଅନ୍ୟାନ୍ୟ ପଣ୍ୟ ପରିବହନ ୨୦.୬ ନିୟୁତ ଟନ୍ ପରିବହନ କରାଯାଇଛି। ଖୋର୍ଦ୍ଧାରୋଡ୍‌, ୱାଲଟିୟର୍ ଓ ସମ୍ବଲପୁର ରେଳମଣ୍ଡଳର ଉଲ୍ଲେଖନୀୟ ପ୍ରଦର୍ଶନ ହେତୁ ଏହା ସମ୍ଭବପର ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking