34.1 C
Bhubaneswar
Wednesday, May 1, 2024
Homeଓଡିଶାମୟୁରଭଞ୍ଜ ଜିଲ୍ଲାରେ ଭୂକମ୍ପ ଝଟକା

ମୟୁରଭଞ୍ଜ ଜିଲ୍ଲାରେ ଭୂକମ୍ପ ଝଟକା

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲାରେ ଭୂକମ୍ପର ଝଟକା । ଆଜି ରାତି ୨ ଟା ୧୩ ମିନିଟ ରେ ୧୦ ସେକେଣ୍ଡ ପାଇଁ ଭୂକମ୍ପ ଅନୁଭୂତ ହୋଇଥିବା ଭୁତତ୍ଵ ବିଭାଗ ସୂଚନା ଦେଇଛି। ତେବେ ମୟୁରଭଞ୍ଜ ଜିଲ୍ଲାରେ ଭୂକମ୍ପ ହୋଇଥିବା ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମଧ୍ୟ ସୂଚନା ଦେଉଛନ୍ତି । ବିଳମ୍ବିତ ରାତିରେ ଏହି ଭୂକମ୍ପ ହୋଇଥିବା ବେଳେ ଜିଲ୍ଲାରେ କୌଣସି ପ୍ରକାର କ୍ଷୟକ୍ଷତି ର ସୂଚନା ନାହିଁ । ଭୂକମ୍ପର ତୀବ୍ରତା ରିଆକ୍ଟର ସ୍କେଲ ରେ ୩.୯ ରହିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ମୟୁରଭଞ୍ଜ ଜିଲ୍ଲାର ଖୁଣ୍ଟା, ବୈଶିଙ୍ଗା, ବେତନଟୀ, ମାଣିତ୍ରୀ , ବାଦାମପାହାଡ଼ ଆଦି ଅଞ୍ଚଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ତେବେ ବିଳମ୍ବିତ ରାତିରେ ଭୂକମ୍ପ ହୋଇଥିବା ବେଳେ ଲୋକେ ଜାଣିପାରିନାହାନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking