ନୂଆଦିଲ୍ଲୀ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏ ପଲାନିସ୍ୱାମୀ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବାର କିଛି ଘଣ୍ଟା ପୂର୍ବରୁ ଗୋଲ୍ଡ ଲୋନ ଛାଡ କରିବା ନେଇ ଘୋଷଣା କରିଛନ୍ତି । ନିର୍ବାଚନ ତାରିଖ ଘୋଷଣା ହେବା ମାତ୍ରେ ସଂପୃକ୍ତ ରାଜ୍ୟରେ ଆଚରଣ ବିଧି ଲାଗୁ ହୋଇଥାଏ । ତାମିଲନାଡୁ ସରକାର ଘୋଷଣା କରିଛନ୍ତି ଯେ, ସମବାୟ ବ୍ୟାଙ୍କ ଦ୍ୱାରା କୃଷକ ଓ ଗରିବଙ୍କୁ ଦିଆଯାଇଥିବା ୬ କ୍ୟାଟେଗୋରୀରରେ ନିଆଯାଇଥିବା ଗୋଲ୍ଡ ଲୋନ ଛାଡ କରାଯିବ । ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ କହିଛନ୍ତି, କୋଭିଡ ସ୍ଥିତିରୁ ଅର୍ଥବ୍ୟବସ୍ଥା ଏବେ ଦୃଢ ହୋଇନାହିଁ । ଲକଡାଉନ ଗରିବ ଲୋକମାନେ ମଧ୍ୟରେ ବନ୍ଧା ରଖିଥିବା ସୁନା ମୁକୁଳାଇବା ପାଇଁ ସେମାନଙ୍କୁ ସାହାଯ୍ୟ ମିଳିବ ।