32.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଟ୍ରେନ୍‌ ଭିତରେ ଝଗଡ଼ା ହେବାରୁ ସହଯାତ୍ରୀଙ୍କ ଦେହରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ଟ୍ରେନ୍‌ ଭିତରେ ଝଗଡ଼ା ହେବାରୁ ସହଯାତ୍ରୀଙ୍କ ଦେହରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

କୋଝିକୋଡ଼: ରବିବାର ରାତିରେ ଆଲାପ୍ପୁଝା-କନ୍ନୁର ଏକ୍ଜିକ୍ୟୁଟିଭ୍‌ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଯାଉଥିବା ବେଳେ ଜଣେ କେରଳୀ ବ୍ୟକ୍ତି ଝଗଡ଼ା କରି ତାଙ୍କ ସହଯାତ୍ରୀଙ୍କ ଦେହରେ ନିଆଁ ଲଗାଇ ଦେବା ଘଟଣାରେ ୮ଜଣ ଯାତ୍ରୀ ଆହତ ହୋଇଛନ୍ତି। ଟ୍ରେନ୍‌ କେରଳର କୋଝିକୋଡ଼ ନଗରୀ ଟପି କୋରାପୁଝା ରେଳପୋଲ ଉପରେ ପହଞ୍ଚିବା ପରେ ରାତି ପ୍ରାୟ ୯.୪୫ରେ ଘଟଣାଟି ଘଟିଥିବା କଥା ‘ପିଟିଆଇ’ ରିପୋର୍ଟ କରିଛି। ଦୁଇଜଣ ଯାତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିବାରୁ ଏ ଭଳି ଘଟଣା ଘଟିଥିଲା। ଉତ୍ତ୍ୟକ୍ତ କେରଳୀ ଯାତ୍ରୀଜଣକ ଉକ୍ତ ସହଯାତ୍ରୀଙ୍କ ଦେହରେ ପେଟ୍ରୋଲ୍‌ ଢାଳି ନିଆଁ ଲଗାଇ ଦେଇଥିଲେ କଥା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ନିଆଁ ଲିଭାଇବାକୁ ଉଦ୍ୟମ କରି ବାକି ଯାତ୍ରୀମାନେ ଆହତ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ସନ୍ଦିଗ୍ଧଙ୍କୁ ଏଯାବତ୍‌ ଚିହ୍ନଟ କରାଯାଇ ପାରିନାହିଁ। ଘଟଣା ପରେ ଯାତ୍ରୀମାନେ ‘ଏମର୍ଜେନ୍‌ସି ଚେନ୍‌’ ଟାଣି ଦେବାରୁ ଟ୍ରେନ୍‌ ଗତି ମନ୍ଥର ହୋଇ ଆସୁଥିବା ବେଳେ ସନ୍ଦିଗ୍ଧ ଖସି ପଳାଇଯାଇଛନ୍ତି। ‌‘ରେଲ୍‌ୱେ ପ୍ରୋଟେକ୍ସନ୍‌ ଫୋର୍ସ’କୁ ସୂଚନା ଦେବା ସହ ଅନ୍ୟ ଯାତ୍ରୀମାନେ ତୁରନ୍ତ ନିଆଁ ଲିଭାଇ ଦେଇଥିଲେ। ନିଆଁରେ ପୋଡ଼ି ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ‘ରେଲ୍‌ୱେ ପ୍ରୋଟେକ୍ସନ୍‌ ଫୋର୍ସ’ ଡାକ୍ତରଖାନାରେ ଭର୍ତ୍ତି କରିଛି। କୋଝିକୋଡ଼ ସିଟି ପୋଲିସ୍‌ ଓ ‘ରେଲ୍‌ୱେ ପ୍ରୋଟେକ୍ସନ୍‌ ଫୋର୍ସ’ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking