26.1 C
Bhubaneswar
Thursday, September 19, 2024
Homeଓଡିଶାଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ବିଧାୟିକା

ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ବିଧାୟିକା

ଯାଜପୁର : ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ନେଇ ଯାଜପୁର ଜିଲ୍ଲାପାଳ ଙ୍କ ସହ ଆଲୋଚନା କଲେ ବିଞ୍ଝାରପୁର ବିଧାୟିକା ତଥା ବିରୋଧୀ ଦଳର ମୁଖ୍ୟ ସଚେତିକା ପ୍ରମିଳା ମଲ୍ଲିକ । ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବହୁ ଅଞ୍ଚଳରେ ଭୂବନ୍ଦୋବସ୍ତ ହୋଇ ନଥିବାରୁ ଚାଷୀ ମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ଅର୍ଥ ରାଶି ପାଇବାରୁ ବଞ୍ଚିତ ହେଉଛନ୍ତି । ବିଞ୍ଝାରପୁର ତହସିଲ ଅନ୍ତର୍ଗତ ଫତେପୁର, ଟିଣା, କଲ୍ୟାଣପୁର, କପିଳା ଆଦି ଅଞ୍ଚଳର ଚାଷୀ ମାନେ ୨୦୨୩ ମସିହାରେ ସରକାରଙ୍କ ଘୋଷିତ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଅଫ୍ ଲାଇନ୍‌ରେ ଆବେଦନ କରିଥିଲେ । ଏସବୁ ପଞ୍ଚାୟତରେ ଭୂବନ୍ଦୋବସ୍ତ ନ ହୋଇ ମଧ୍ୟ ୨୦୧୯ ଓ ୨୦୨୧ ମସିହାରେ ଚାଷୀ ମାନେ ବୀମା କ୍ଷତିପୂରଣ ରାଶି ପାଇଥିଲେ । ଏହି ଅଞ୍ଚଳ ର ଚାଷୀ ନିଜ ସମ୍ବଳରେ ଅର୍ଥ ବିନିଯୋଗ କରି ଏଥର ରୁଆ ପୋତା କାର୍ଯ୍ୟ ସାରିଲେଣି କିନ୍ତୁ ଏ ପର୍ଯ୍ୟନ୍ତ ବୀମା କମ୍ପାନୀ ପକ୍ଷରୁ ଅହେତୁକ ବିଳମ୍ବ ଓ ଉଦାସୀନତା ଯୋଗୁ ଚାଷୀମାନେ ଏପର୍ଯନ୍ତ ପ୍ରଧାନମନ୍ତ୍ରୀ ଫସଲ ବୀମା ଅର୍ଥରାଶି ପାଇ ପାରିଲେ ନାହିଁ । ଏଥି ସହ ଚାଷୀ ମାନଙ୍କ ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ବିଧୟିକା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking