ଦୁବାଇ: ଚଳିତ ବର୍ଷର ଅଷ୍ଟ୍ରେଲିଆନ୍ ଓପନ୍ ଡବଲ୍ସ ଚାମ୍ପିଅନ୍ ରୋହନ ବୋପନ୍ନା ଏବଂ ତାଙ୍କ ଅଷ୍ଟ୍ରେଲୀୟ ଯୋଡ଼ିଦାର ମାଥ୍ୟୁ ଏବ୍ଡେନ୍ ଚଳିତ ଦୁବାଇ ଟେନିସ୍ ଚାମ୍ପିଅନ୍ଶିପ୍ର ପୁରୁଷ ଡବଲ୍ସ କ୍ୱାର୍ଟର୍ ଫାଇନାଲ୍ରେ ପରାଜିତ ହୋଇଛନ୍ତି । ଅନ୍ୟପକ୍ଷରେ ୟୁକି ଭାମ୍ବ୍ରୀ ଓ ତାଙ୍କ ଡଚ୍ ଯୋଡ଼ିଦାର ରବିନ୍ ହାସେ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି । ଗୁରୁବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ବୋପନ୍ନା-ଏବ୍ଡେନ୍ ଯୋଡ଼ି ଉରୁଗୁଏର ଆରିଏଲ୍ ବେହାର ଏବଂ ଚେକ୍ ଗଣରାଜ୍ୟର ଆଦାମ୍ ପାଭ୍ଲାସେକ୍ଙ୍କ ଠାରୁ ୩-୬, ୬-୩, ୧୦-୮ରେ ପରାଜିତ ହୋଇଛନ୍ତି । ଅନ୍ୟ ଏକ କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍ରେ ୟୁକି ଓ ହେସ୍ଙ୍କ ଯୋଡ଼ି ୬-୪, ୭-୬ (୭/୧)ରେ ଇଂଲଣ୍ଡର ମାଇକେଲ୍ ଭେନସ୍ ଏବଂ ନ୍ୟୁଜିଲାଣ୍ଡର ଜମାଲ୍ ମରେଙ୍କୁ ହରାଇ ଦେଇଛନ୍ତି । ଆସନ୍ତାକାଲି ସେମିଫାଇନାଲ୍ରେ ୟୁକି ଓ ହେସ୍ଙ୍କ ଯୋଡ଼ି ଆମେରିକାର ଅଷ୍ଟିନ୍ କ୍ରାଜିସେକ୍ ଏବଂ ବୋସ୍ନିଆ-ହେରଜେଗୋଭିନାର ଇଭାନ୍ ଡୋଡିଗ୍ଙ୍କ ଯୋଡ଼ିକୁ ଭେଟିବେ ।