28.1 C
Bhubaneswar
Friday, June 6, 2025
Homeଓଡିଶାଆସନ୍ତା ୨ ଦିନ ଯାଏଁ ରାଜ୍ୟରେ ଶୁଖିଲା ପାଗ

ଆସନ୍ତା ୨ ଦିନ ଯାଏଁ ରାଜ୍ୟରେ ଶୁଖିଲା ପାଗ

ଭୁବନେଶ୍ୱର: ଟ୍ୱିନ୍‌ ସିଟିରେ ଘନ କୁହୁଡ଼ି । କଟକ ଓ ଭୁବନେଶ୍ୱରରେ ଘନ କୁହୁଡ଼ି ଦେଖାଦେଇଛି । ଘନ କୁହୁଡି ଯୋଗୁଁ ଯାତାୟାତରେ ବାଧାପ୍ରାପ୍ତ ହୋଇଛି । ୧୦୦ ମିଟର ଆଗକୁ କିଛି ଦେଖାଯାଉନାହିଁ । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ତେବେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ କଲବଲ କରିବ କୁହୁଡ଼ି । ଘନକୁହୁଡି ନେଇ ଆଲର୍ଟ କରିଛି ପାଣିପାଗ କେନ୍ଦ୍ର।

ବିଶେଷକରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, କଟକ, ଜଗତସିଂହପୁର, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ପୁରୀ, ଖୋର୍ଦ୍ଧା, ଗଂଜାମ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାରେ ଘନ କୁହୁଡି ଦେଖାଦେବ । ବାୟୁ ମଣ୍ଡଳରେ ଜଳୀୟବାଷ୍ପ ବୃଦ୍ଧି ପାଉଥିବାରୁ ସକାଳ ସମୟରେ ଘନ କୁହୁଡି ଦୃଶ୍ୟମାନ ହେଉଛି । ସେପଟେ କୁହୁଡି ପାଇଁ ଯାନବାହାନ ଚଳାଚଳ ଉପରେ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking