32.1 C
Bhubaneswar
Friday, June 21, 2024
Homeଅପରାଧମଦୁଆ ସ୍ୱାମୀର ବର୍ବରକାଣ୍ଡ: ଠେଙ୍ଗାରେ ପିଟି ମାରିଲା ସ୍ତ୍ରୀକୁ

ମଦୁଆ ସ୍ୱାମୀର ବର୍ବରକାଣ୍ଡ: ଠେଙ୍ଗାରେ ପିଟି ମାରିଲା ସ୍ତ୍ରୀକୁ

ବାଲେଶ୍ବର : ମଦୁଆ ସ୍ୱାମୀ ତା ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି ହତ୍ଯା କରିଥିବା ଘଟଣାର ଅଭିଯୋଗ ହୋଇଛି । ପାରିବାରିକ କଳହରୁ ପରିଣତି ଏପରି ଭୟଙ୍କର ହୋଇଥିବା ଜଣାପଡିଛି । ଏପରି ସ୍ଥିତି ବାଲେଶ୍ବରରେ ଘଟିଛି । ବାଲେଶ୍ବର ଜିଲ୍ଲା ଖଇରା ଥାନା ଅସୁରିଆ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ଜଣକ ହେଲେ କାଞ୍ଚନ ପରିଡ଼ା । ଅଭିଯୁକ୍ତ ସ୍ବାମୀ ରମାକାନ୍ତ ପରିଡ଼ାଙ୍କୁ ପୋଲିସ ଅଟକ ରଖି ତଦନ୍ତ କରୁଛି । ଅଭିଯୋଗ ଅନୁସାରେ ରମାକାନ୍ତ ବେଆଇନ ମଦ ବିକ୍ରି କରିବା ସହ ନିଶାରେ ସ୍ତ୍ରୀଙ୍କୁ ମାରପିଟ କରୁଥିଲେ । ଏପରିକି ଗାଁରେ ବିଭିନ୍ନ ସମୟରେ ଗଣ୍ଡଗୋଳ ମଧ୍ଯ କରୁଥିଲେ । ୭ ବର୍ଷ ତଳେ ଜଣେ ଯୁବକଙ୍କୁ ଭୁଜାଲିରେ ହାଣି ହତ୍ଯା କରି ସେ ଜେଲ୍ ଯାଇଥିଲେ। ପରେ ଜାମିନରେ ଆସି ମଧ୍ଯ ଅନେକ ସମୟରେ ସେ ଅନ୍ୟମାନଙ୍କ ସହ ମାରପିଟ କରୁଥିଲେ ବୋଲି ପୁଲିସ୍ କହିଛି । ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ କୌଣସି କାରଣରୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ଯରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଗ୍ରାମବାସୀ ଏନେଇ ଥାନାରେ ସୂଚନା ଦେଇଥିଲେ । ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିୁଯୁକ୍ତକୁ ଅଟକ ରଖି ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking