29.1 C
Bhubaneswar
Saturday, May 11, 2024
Homeଦେଶ ବିଦେଶଜମ୍ମୁରେ ମିଲେଟ୍ରି ଷ୍ଟେସନ ନିକଟରେ ଦୁଇଟି ଡ୍ରୋନ ଦେଖାଯିବା ପରେ ୨୫ ରାଉଣ୍ଡ ଫାୟାରିଂ କଲେ...

ଜମ୍ମୁରେ ମିଲେଟ୍ରି ଷ୍ଟେସନ ନିକଟରେ ଦୁଇଟି ଡ୍ରୋନ ଦେଖାଯିବା ପରେ ୨୫ ରାଉଣ୍ଡ ଫାୟାରିଂ କଲେ ଯବାନ

ନୂଆଦିଲ୍ଲୀ: ଆତଙ୍କବାଦୀମାନେ ପୁଣି ଥରେ ଡ୍ରୋନ ମାଧ୍ୟମରେ ଆକ୍ରମଣ ଜାଣିବାକୁ ଚେଷ୍ଟା କରିଛନ୍ତି । ଜମ୍ମୁରେ ଏୟାରଫୋର୍ସ ଷ୍ଟେସନରେ ଡ୍ରୋନ ହାମଲାର ପରଦିନ ଆତଙ୍କବାଦୀମାନେ ମିଲେଟ୍ରି ଷ୍ଟେସନ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଜମ୍ମୁର କାଳୁଚକ ମିଲେଟ୍ରି ଷ୍ଟସନରେ ପ୍ରାୟ ୩ଟାରେ ଦୁଇଟି ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଥିଲା । ତେବେ ସେନା ଆଲର୍ଟରେ ଥିଲେ । ଡ୍ରୋନ ଦେଖିବା ପରେ ସେନା ପକ୍ଷରୁ ୨୦ରୁ ୨୫ ରାଉଣ୍ଡ ଫାୟାରିଂ କରାଯାଇଥିଲା ।
ଋବିବାର ରାତି ପ୍ରାୟ ୩ଟାରେ କାଲୁଚକ ମିଲେଟ୍ରି  ଷ୍ଟେସନ ଉପରେ ଦୁଇଟି ଡ୍ରୋନ ଦେଖାଯାଇଥିଲା । ବର୍ତମାନ ସେନା ସର୍ଚ୍ଚ ଅପରେସନ କରି ଡ୍ରୋନର ସନ୍ଧାନ ଜାରି ରଖିଛନ୍ତି । ଜମ୍ମୁ ଏୟାରଫୋର୍ସ  ଷ୍ଟେସନରେ ରବିବାର ବିଳମ୍ବିତ ରାତିରେ ଦୁଇଟି ବିସ୍ପୋରଣ ହୋଇଥିଲା । ପ୍ରଥମ ବିସ୍ଫୋରଣ ରାତି ୧.୩୭ରେ ଓ ଅନ୍ୟଟି ଏହାର ଠିକ ୫ ମିନିଟ ପରେ ୧.୪୨ରେ ହୋଇଥିଲା । ବାୟୁସେନା ଅନୁସାରେ, ଏହି ଧମାକାର ଇଣ୍ଟେସିଟି ବହୁତ କମ ଥିଲା । ପ୍ରଥମ ଧମାକା ଛାତ ଉପରେ ହୋଇଥିଲା । ଅନ୍ୟଟି ଖୋଲା ସ୍ଥାନରେ ହୋଇଥିଲା । ଏହି ବିସ୍ଫୋରଣରେ ଦୁଇ ଯବାନ ସାମାନ୍ୟ ଆହତ ହୋଇଥିଲେ । ଏହା ପ୍ରଥମଥର ଯେ, ଆତଙ୍କବାଦୀମାନେ ଡ୍ରୋନ ମାଧ୍ୟମରେ ଆକ୍ରମଣ କରିଥିଲେ । ଏନଆଇଏ ବର୍ତମାନ ଏହାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking