26.1 C
Bhubaneswar
Monday, March 31, 2025
Homeଦେଶ ବିଦେଶସ୍ୱପ୍ନ କଲେ ସତ; କେରଳର ଯୁବକ ନିଜେ ତିଆରି କଲେ ବିମାନ, ସେଥିରେ ପରିବାର ସହ...

ସ୍ୱପ୍ନ କଲେ ସତ; କେରଳର ଯୁବକ ନିଜେ ତିଆରି କଲେ ବିମାନ, ସେଥିରେ ପରିବାର ସହ ଗଲେ ବିଦେଶ ବୁଲି

ନୂଆଦିଲ୍ଲୀ : ଭ୍ରମଣ କରିବାକୁ କିଏ ବା ଭଲ ନ ପାଏ । କିନ୍ତୁ ଏହି ସ୍ୱପ୍ନ ପୂରଣ କରିବା ପାଇଁ ନିଜ ହାତରେ ପରିବହନର ମାଧ୍ୟମ ନିର୍ମାଣ କରିବା ବିଷୟରେ କେବେ ଶୁଣିଛନ୍ତି? କେରଳ ବାସିନ୍ଦା ଅଶୋକ ଅଲିସେରିଲ ଥାମାରକ୍ଷନ୍‌ ପରିବାର ସହିତ ଛୁଟିରେ ବୁଲାବୁଲି କରିବାକୁ ୪ ସିଟ୍‌ଯୁକ୍ତ ଏକ ବିମାନ ନିର୍ମାଣ କରିଛନ୍ତି । ବିଧାୟକ ଏ ଭି ଥାମାରକ୍ଷନ୍‌ଙ୍କର ସେ ପୁଅ । ପଲକ୍କଡ୍‌ ଇଞ୍ଜିନିୟରିଂ କଲେଜରୁ ବିଟେକ୍‌ ଶେଷ କରିବା ପରେ ସ୍ନାତକୋତ୍ତର ଡିଗ୍ରୀ ପାଇଁ ୨୦୦୬ ମସିହାରେ ସେ ବ୍ରିଟେନ ଯାତ୍ରା କରିଥିଲେ । ତେବେ କୋଭିଡ୍‌-୧୯ ଲକ୍‌ଡାଉନ୍‌ ସମୟରେ ଏକ ପ୍ରାଇଭେଟ୍‌ ବିମାନ ନିର୍ମାଣ ବିଚାର ତାଙ୍କ ମନକୁ ଆସିଥିଲା ।

ଏକ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଏହି ପ୍ରୋଜେକ୍ଟ ଶେଷ କରିବାକୁ ସେ ପ୍ରାୟ ୧.୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ୧୫୦୦ ଘଣ୍ଟା ପରିଶ୍ରମ ମଧ୍ୟ କରିଛନ୍ତି । ନିଜର ବିମାନ ନିର୍ମାଣର ଅନୁଭବ ବିଷୟରେ ଅଶୋକ   କହିଛନ୍ତି ‘ନୂଆ ଖେଳଣା କିଣିବା ଭଳି ଲାଗୁଛି ଆଉ ବହୁତ ଉତ୍ସାହିତ ଅନୁଭବ କରୁଛି । ପ୍ରଥମ ଲକ୍‌ଡାଉନ୍‌ ସମୟରେ ଆମେ ଟଙ୍କା ସଞ୍ଚୟ ଆରମ୍ଭ କଲୁ । ଆମେ ସର୍ବଦା ନିଜର ଏକ ବିମାନ ଚାହୁଁଥିଲୁ । ପ୍ରଥମ କିଛି ମାସ ଭିତରେ ଆମେ ଯଥେଷ୍ଟ ଟଙ୍କା ସଞ୍ଚୟ କଲୁ । ଗତ ଦୁଇ ବର୍ଷ ଧରି କଠିନ ପରିଶ୍ରମ କରିବା ପରେ ବିମାନ ନିର୍ମାଣ ସ୍ୱପ୍ନ ପୂରଣ ହେଲା ।’

ଅଶୋକ ଏବେ ଫର୍ଡ ପାଇଁ କାମ କରୁଛନ୍ତି । ପାଇଲଟ୍‌ ଲାଇସେନ୍ସ ପାଇବା ପରେ ଯାତ୍ରା ପାଇଁ ଏକ ଛୋଟ ୨ ସିଟ୍‌ଯୁକ୍ତ ବିମାନ ଭଡ଼ାରେ ଆଣିଲେ । କିନ୍ତୁ ପରିବାର କଥା ଭାବି ଶେଷରେ ସେ ହୃଦୟଙ୍ଗମ କଲେ ଯେ ତାଙ୍କର ଏକ ନିଜସ୍ୱ ପ୍ରାଇଭେଟ୍‌ ବିମାନ ଆବଶ୍ୟକ । ନିଜ ବିମାନରେ ବିଦେଶର ଅନେକ ସ୍ଥାନ ସେ ଭ୍ରମଣ କରିଛନ୍ତି । ଜର୍ମାନୀ, ଅଷ୍ଟ୍ରିୟା ଓ ଚେକ୍‌ ଗଣରାଜ୍ୟ ସମେତ ଅନେକ ୟୁରୋପୀୟ ଦେଶ ଯାତ୍ରା କରିଛନ୍ତି । ବନ୍ଧୁଙ୍କ ସହ ମଧ୍ୟ ଯାତ୍ରା କରିଛନ୍ତି । ଖୁବ୍‌ଶୀଘ୍ର ପରିବାର ସହ ଅଶୋକ ନ୍ୟୁକ୍ୱେ ଯାତ୍ରା କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking