36.1 C
Bhubaneswar
Saturday, May 4, 2024
Homeଓଡିଶାଚାନ୍ଦିପୁର ଆସିବାକୁ କହିଥିଲେ ରହସ୍ୟମୟୀ

ଚାନ୍ଦିପୁର ଆସିବାକୁ କହିଥିଲେ ରହସ୍ୟମୟୀ

ବାଲେଶ୍ୱର : ବିବାହ ପ୍ରସ୍ତାବ ଦେଇ ଫସାଇଥିଲା କି ରହସ୍ୟମୟୀ ମହିଳା । ବାଲେଶ୍ୱର ଚାନ୍ଦିପୁର ଆଇଟିଆର ଗୁପ୍ତ ତଥ୍ୟ ଲିକ୍ ମାମଲାରେ ଜେଲରେ ଥିବା ୫ ଜଣଙ୍କୁ ଆବଶ୍ୟକ ପଡ଼ିଲେ ପୁଣି ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ । ରହସ୍ୟମୟୀ ଯୁବତୀ ଅଭିଯୁକ୍ତମାନଙ୍କ ସହ ଫେସବୁକ, ହ୍ୱାଟସ ଆପ ଓ ଇନଷ୍ଟାଗ୍ରାମରେ ଯୋଗାଯୋଗରେ ଥିଲେ । ସୋସିଆଲ ମିଡିଆରେ ୭ ଟି ଆକାଉଣ୍ଟ ଖୋଲି ଯୋଗାଯୋଗ କରୁଥିଲେ । ଫୋନ୍‌ରେ ହିନ୍ଦୀରେ କଥା ହେଉଥିଲେ । ଭିଡିଓ ଚାଟ ମଧ୍ୟ କରୁଥିଲେ । ସେ ୟୁକେର ଫୋନ ନମ୍ବର ବ୍ୟବହାର କରୁଥିଲେ । ସେହି ଫୋନନମ୍ବର କଲ୍ ଡିଟେଲସ ଜାଣିବାକୁ ଉଦ୍ୟମ ଜାରି ରଖିଛି କ୍ରାଇମବ୍ରାଞ୍ଚ । ଯୁବତୀଙ୍କ ପ୍ରକୃତ ପରିଚୟ ଜାଣିବାକୁ ଉଦ୍ୟମ ଜାରି ରହିଛି । ଦୁଇ ଜଣ ଅଭିଯୁକ୍ତଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ରହସ୍ୟମୟୀ ଯୁବତୀ । ଜଣେ ଅଭିଯୁକ୍ତଙ୍କ ଚାନ୍ଦିପୁର ଘରକୁ ଆସିବା ପାଇଁ କହିଥିଲେ । କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ଏହି ସୂଚନା ଦେଇଛନ୍ତି । ୭ଦିନିଆ ରିମାଣ୍ଡ ସରିବା ପରେ ଗତକାଲି ୫ ଅଭିଯୁକ୍ତଙ୍କୁ ବାଲେଶ୍ୱର ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା । ଗିରଫ ଅଭିଯୁକ୍ତମାନେ ଏବେ ବାଲେଶ୍ୱର ଜିଲ୍ଲା ଜେଲ୍‌ରେ ଅଛନ୍ତି । ଗିରଫ ଅଭିଯୁକ୍ତଙ୍କ ଠାରୁ ସତ ଓଗାଳିବା ପାଇଁ କ୍ରାଇମବ୍ରାଞ୍ଚ ୭ ଦିନିଆ ରିମାଣ୍ଡରେ ଆଣିଥିଲା । କ୍ରାଇମବ୍ରାଞ୍ଚ, ଏନ୍‌ଆଇଏ ଓ ଏୟାରଫୋର୍ସ ଟିମ୍ ୫ ଅଭିଯୁକ୍ତଙ୍କୁ ଘନଘନ ଜେରା କରିଥିଲା । ଜେରା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା । ୭ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking