22.1 C
Bhubaneswar
Wednesday, January 22, 2025
Homeଖେଳଫ୍ରେଞ୍ଚ୍ ଓପନ୍ ପାଇଁ ଡ୍ର’ ଘୋଷଣା; ଗୋଟିଏ ପୁଲ୍‌ରେ ଆଲକାରାଜ୍ ଓ ଜୋକୋଭିଚ୍

ଫ୍ରେଞ୍ଚ୍ ଓପନ୍ ପାଇଁ ଡ୍ର’ ଘୋଷଣା; ଗୋଟିଏ ପୁଲ୍‌ରେ ଆଲକାରାଜ୍ ଓ ଜୋକୋଭିଚ୍

ପ୍ୟାରିସ୍ : ସିଜନ୍‌ର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ୍ ଫ୍ରେଞ୍ଚ୍ ଓପନ୍ ଆସନ୍ତା ୨୮ରୁ ଏଠାକାର ରୋଲାଣ୍ଡ୍ ଗ୍ୟାରୋସ୍‌ଠାରେ ଆରମ୍ଭ ହେବ । ଆସନ୍ତା ଜୁନ୍ ୧୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କ୍ଲେ କୋର୍ଟ ଟୁର୍ଣ୍ଣାମେଣ୍ଟ୍ ସକାଶେ ଗୁରୁବାର ଡ୍ର’ ଘୋଷଣା ହୋଇଥିବା ବେଳେ ଏଥିରେ ପୁରୁଷ ସିଙ୍ଗଲ୍ସରେ ଗୋଟିଏ ପୁଲ୍‌ରେ ସ୍ଥାନ ପାଇଛନ୍ତି ବିଶ୍ୱର ଏକ ନମ୍ବର ଖେଳାଳି ସ୍ପେନ୍‌ର କାର୍ଲୋସ୍ ଆଲକାରାଜ୍ ଓ ପୂର୍ବତନ ଏକ ନମ୍ବର ଖେଳାଳି ସର୍ବିୟାର ନୋଭାକ୍ ଜୋକୋଭିଚ୍ । ତେଣୁ ଯୁବ ଖେଳାଳି ଆଲକାରାଜ୍‌ଙ୍କ ପାଇଁ ଏହି କ୍ଲେ କୋର୍ଟ ଟୁର୍ଣ୍ଣାମେଣ୍ଟ୍‌ରେ ଚାମ୍ପିଅନ୍ ହେବା ଦିଗରେ ଜୋକୋଭିଚ୍ ମୁଖ୍ୟ ବାଧକ ହେବେ । କ୍ଲେ କୋର୍ଟର ମହାରାଜା ଭାବେ ପରିଚିତ ରାଫେଲ୍ ନାଡାଲ୍ ଆଘାତଜନିତ କାରଣରୁ ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟ୍ ଖେଳିପାରିବେ ନାହିଁ ବୋଲି ଘୋଷଣା କରିବା ପରେ ଆଲକାରାଜ୍‌ଙ୍କୁ ଫେବରିଟ୍ ମନେ କରାଯାଉଥିଲା । ଗତ ବର୍ଷର ଫ୍ରେଞ୍ଚ୍ ଓପନ୍‌ରେ କ୍ୱାର୍ଟର୍ ଫାଇନାଲ୍ ପର୍ଯ୍ୟନ୍ତ ଯାଇପାରିଥିବା ଆଲକାରାଜ୍ ଚଳିତ ସିଜନ୍‌ରେ ୩ଟି ଟାଇଟଲ୍ ହାସଲ କରିସାରିଛନ୍ତି । ଏହି ତିନିଟିଯାକ ଟାଇଟଲ୍ ସେ କ୍ଲେ କୋର୍ଟ ଟୁର୍ଣ୍ଣାମେଣ୍ଟ୍‌ରେ ହାତେଇଥିବାରୁ ଫ୍ରେଞ୍ଚ୍ ଓପନ୍‌ରେ ସେ ଜୋକୋଭିଚ୍‌ଙ୍କୁ ବେଶ୍ ଟକ୍କର ଦେବେ ବୋଲି ଆଶା କରାଯାଉଛି ।

ଚଳିତ ସିଜନ୍‌ରେ ଆଲକାରାଜ୍ ଅଦ୍ୟାବଧି ମାଡ୍ରିଡ୍ ଓପନ୍ ଓ ବାର୍ସିଲୋନା ଓପନ୍‌ରେ ଚାମ୍ପିଅନ୍ ହୋଇଛନ୍ତି । ଏଠାରେ ଆଲକାରାଜ୍ ତାଙ୍କର ପ୍ରଥମ ରାଉଣ୍ଡ୍ ମ୍ୟାଚ୍‌ରେ ଜଣେ କ୍ୱାଲିଫାୟର୍‌ଙ୍କୁ ଭେଟିବା ପରେ ବିଶ୍ୱର ତୃତୀୟ ନମ୍ବର ଖେଳାଳି ଜୋକୋଭିଚ୍‌ଙ୍କ ସହ ତାଙ୍କର ମୁକାବିଲା ସମ୍ଭବତଃ ସେମିଫାଇନାଲ୍‌ରେ ହେବ । ୨୦୨୧ରେ ଏଠାରେ ରନର୍ସଅପ୍ ହୋଇଥିବା ଗ୍ରୀସ୍‌ର ଷ୍ଟେଫାନୋସ୍ ସିଟ୍‌ସିପାସ୍‌ଙ୍କ ସହ ଲୋରେଞ୍ଜୋ ମୁସେଟି ଓ ଫେଲିକ୍ସ ଆଗର୍‌-ଆଲିସାଇମ୍ ମଧ୍ୟ ଗୋଟିଏ ପୁଲ୍‌ରେ ସ୍ଥାନ ପାଇଛନ୍ତି । ୨୦୨୧ରେ ଫ୍ରେଞ୍ଚ୍ ଓପନ୍‌ରେ ଦ୍ୱିତୀୟ ଥର ପାଇଁ ଟାଇଟଲ୍ ହାସଲ କରିଥିବା ଜୋକୋଭିଚ୍ ବେଶ୍ ସହଜରେ ସେମିଫାଇନାଲ୍‌ରେ ପହଞ୍ଚିବାର ଆଶା ରହିଛି । କାରଣ କ୍ୱାର୍ଟର୍‌ରେ ତାଙ୍କର ମୁକାବିଲା ସପ୍ତମ ସିଡ୍ ଆଣ୍ଡ୍ରେ ରୁବଲେଭ୍‌ଙ୍କ ସହ ହୋଇପାରେ । ଅବଶ୍ୟ ଚଳିତ ସିଜନ୍‌ରେ ଜୋକୋଭିଚ୍ କ୍ଲେ କୋର୍ଟରେ ସେତେଟା ଭଲ ପ୍ରଦର୍ଶନ କରିପାରିନାହାନ୍ତି । କିନ୍ତୁ ନାଡାଲ୍‌ଙ୍କ ଅନୁପସ୍ଥିତିରେ ତାଙ୍କ ପାଇଁ ଏଠାରେ ତୃତୀୟ ଏବଂ କ୍ୟାରିଅର୍‌ର ୨୩ଟି ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତି ନୂଆ ରେକର୍ଡ ପ୍ରତିଷ୍ଠା କରିବାର ଭଲ ସୁଯୋଗ ରହିଛି ।

ବିଶ୍ୱର ଦୁଇ ନମ୍ବର ଖେଳାଳି ରୁଷିଆର ଡାନିଲ୍ ମେଡଭେଡେଭ୍ ଜଣେ କ୍ୱାଲିଫାୟର୍ ବିପକ୍ଷରେ ତାଙ୍କର ଅଭିଯାନ ଆରମ୍ଭ କରିବେ । ଚଳିତ ସିଜନ୍‌ରେ ଇଟାଲିଆନ୍ ଓପନ୍ ମାଧ୍ୟମରେ ନିଜର ପ୍ରଥମ କ୍ଲେ କୋର୍ଟ ଟାଇଟଲ୍ ହାତେଇଥିବା ମେଡଭେଡେଭ୍ କ୍ୱାର୍ଟର୍ ଫାଇନାଲ୍‌ରେ ଜାନିକ୍ ସିନର୍‌ଙ୍କୁ ଭେଟିପାରନ୍ତି । ସେହିପରି ଚଳିତ ସିଜନ୍‌ରେ ନର୍‌ୱେର ଷଷ୍ଠ ସିଡ୍ ଖେଳାଳି ହୋଲ୍‌ଗର୍ ରୁନ୍ ମ୍ୟୁନିକ୍ ଓପନ୍‌ରେ ଚାମ୍ପିଅନ୍ ହୋଇ ଫ୍ରେଞ୍ଚ୍ ଓପନ୍ ପାଇଁ ଭଲ ପ୍ରସ୍ତୁତି କରିଛନ୍ତି । ସେ ମଧ୍ୟ ମଣ୍ଟେ କାର୍ଲୋ ଓ ରୋମ୍ ଇଭେଣ୍ଟ୍ ଫାଇନାଲ୍‌ରେ ପହଞ୍ଚିଥିଲେ । ତେବେ ରୋମ୍‌ରେ ତାଙ୍କୁ ମେଡଭେଡେଭ୍‌ଙ୍କଠାରୁ ପରାସ୍ତ ହୋଇ ରନର୍ସଅପ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking