28.1 C
Bhubaneswar
Sunday, September 8, 2024
Homeଖେଳଦ୍ରାବିଡ୍‌ଙ୍କ ସ୍ଥାନ ନେବେ ଲକ୍ଷ୍ମଣ

ଦ୍ରାବିଡ୍‌ଙ୍କ ସ୍ଥାନ ନେବେ ଲକ୍ଷ୍ମଣ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ହେଡ୍ କୋଚ୍ ରହିଥିବା ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଗତ ଦିନିକିଆ ବିଶ୍ୱକପ୍ ଶେଷ ହେବା ସହ ସରିଯାଇଛି । ଏବେ ସେ ଚାହିଁଲେ ପୁର୍ନବାର ଏହି ଦାୟିତ୍ୱରେ ରହିପାରିବେ । କିନ୍ତୁ ପୁଣି ଥରେ କୋଚ୍ ହେବା ନେଇ ସେ ଚିନ୍ତା କରିନଥିବା ପ୍ରକାଶ କରିଥିଲେ । ଏବେ ସୂତ୍ରରୁ ଜଣାପଡିଛି କି, ଦ୍ରାବିଡ୍ କୋଚ୍ ରହିବା ପାଇଁ ଇଛୁକ ନାହାନ୍ତି । ଫଳରେ ଜାତୀୟ କ୍ରିକେଟ୍ ଏକାଡେମି (ଏନ୍‌ସିଏ)ର ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣ ତାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିପାରନ୍ତି ବୋଲି ଗୁରୁବାର ସୂତ୍ରରୁ ଜଣାପଡ଼ିଛି । ରାହୁଲ ଦ୍ରାବିଡ଼ ଭାରତୀୟ ପୁରୁଷ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଭାବେ ତାଙ୍କ ଚୁକ୍ତି ଅବଧି ବଢ଼ାଇବାକୁ ଚାହୁଁନାହାନ୍ତି । ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ତଥା ଦ୍ରାବିଡ଼ଙ୍କ ପୂର୍ବତନ ସାଥୀ ଲକ୍ଷ୍ମଣ ମୁଖ୍ୟ କୋଚ୍ ଭାବେ ଏବେ ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟ୍ୱେଣ୍ଟି-୨୦ ସିରିଜ ପାଇଁ ମନୋନୀତ କରାଯାଇଛି । ୟୁଏଇରେ ଅନୁଷ୍ଠିତ ଟି-୨୦ ବିଶ୍ୱକପରେ ଭାରତର ଅଭିଯାନ ପ୍ରାରମ୍ଭିକ ପର୍ଯ୍ୟାୟରେ ଶେଷ ହେବା ପରେ ୨୦୨୧ରେ ଦ୍ରାବିଡ଼ଙ୍କୁ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ନିୟୁକ୍ତ କରାଯାଇଥିଲା । ଏହାପୂର୍ବରୁ ସେ ଏନସିଏର ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ଦ୍ରାବିଡ଼ଙ୍କ ତତ୍ତ୍ୱାବଧାନରେ ଭାରତ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଓ ଦିନିକିଆ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଥିଲେ ମଧ୍ୟ ଉଭୟ ଥର ଦଳ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା । ଗତବର୍ଷ ଟି-୨୦ ବିଶ୍ୱକପରେ ମଧ୍ୟ ସେମିଫାଇନାଲରେ ପହଞ୍ଚିଥିଲା ଏବଂ ଶେଷରେ ଚାମ୍ପିଅନ୍ ଇଂଲଣ୍ଡଠାରୁ ପରାସ୍ତ ହୋଇଥିଲା । ତେବେ ଚଳିତ ବର୍ଷ ପ୍ରାରମ୍ଭରେ ଦ୍ରାବିଡ଼ଙ୍କ ନେତୃତ୍ୱରେ ଭାରତ ଏସିଆ କପ୍ ଜିତିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking