ଗୁରୁଗ୍ରାମ : ଗୁରୁଗ୍ରାମରେ ଏକ ବିବାହିତା ମହିଳାଙ୍କର ମୃତ୍ୟୁ ହୋଇଯାଇଛି । ମୃତକଙ୍କ ପରିବାର , ଝିଅର ସ୍ୱାମୀ ଓ ଶ୍ୱଶୁର ଘର ଲୋକଙ୍କ ବିରୁଦ୍ଧରେ ଯୌତୁକ ହତ୍ୟାର ଅଭିଯୋଗ ଆଣିଛନ୍ତି । ମୃତକ ନବ ବିବାହିତାଙ୍କର ନାମ ତନୁଜା । ସେ ଏକ ବ୍ୟାଙ୍କରେ କାମ କରୁଥିଲେ । ତନୁଜାଙ୍କ ପିତା ପୋଲିସରେ ଅଭିଯୋଗ କରିଛନ୍ତି ଯେ, ସେ ପୁଅ ଘର ଲୋକଙ୍କୁ ଯୌତୁକରେ କ୍ରେଟା କାର ଦେଇପାରିନଥିଲେ । ଏହି କାରଣରୁ ଶ୍ୱଶୁର ଘରଲୋକେ ତାଙ୍କ ଝିଅକୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ । ଯୌତୁକ ଦେଇ ନପାରିବାରୁ ସେମାନେ ତାଙ୍କ ଝିଅକୁ ବିଶ ଦେଇ ମାରି ଦେଇଛନ୍ତି ।
ତନୁଜାଙ୍କ ବିବାହ ୨୪ ମେ’ ୨୦୨୦ରେ ଖରଖଡୀ ଗ୍ରାମ ନିବାସୀ ସନ୍ଦିପଙ୍କ ସହ ହୋଇଥିଲା । ୩ ମାର୍ଚ୍ଚକୁ ସନ୍ଦୀପଙ୍କ ପିତା ତନୁଜାଙ୍କ ପିତାଙ୍କୁ ଫୋନ କରି ଜଣାଇଥିଲେ ଯେ, ତାଙ୍କ ଝିଅ ମେଡିକାଲରେ ଆଡମିଟ ଅଛନ୍ତି । ପିତା ମେଡିକାଲରେ ପହଞ୍ଚିବା ବେଳକୁ ଝିଅର ମୃତ୍ୟୁ ହୋଇସାରିଥିଲା । ଶରୀରରେ ବିଷର ପ୍ରଭାବ ଅଧିକ ହୋଇଯାଇଥିବାରୁ ତନୁଜାଙ୍କ ମୃତ୍ୟୁ ଘଟିଥିବା ଜଣା ପଡିଥିଲା ।
ଏହପରେ ପିତା ପୋଲିସରେ ଆରୋପୀ ସନ୍ଦୀପ ଓ ତାଙ୍କ ପରିବାର ବିରୁଦ୍ଧରେ ରିପୋର୍ଟ ଲୋଖାଇଥିଲେ । ପୋଲିସ ଏହି ଅଭିଯୋଗକୁ ଗମ୍ଭିରତାର ସହ ନେଇ ଆଇପିସି ଧାରା ୩୦୪ (ଯୌତୁକ ହତ୍ୟା) ଓ ୪୯୮ ( ଯୌତୁକ ଦାବି) ଇତ୍ୟାଦି ଅନୁସାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କିରିଥିଲା ।