30.1 C
Bhubaneswar
Monday, May 20, 2024
Homeଓଡିଶାଆଉ ନିର୍ବାଚନ ଲଢ଼ିବିନି: ସୌମ୍ୟ

ଆଉ ନିର୍ବାଚନ ଲଢ଼ିବିନି: ସୌମ୍ୟ

ପୁରୀ:  ଦୀର୍ଘ ଦିନ ପରେ ପୁଣି ମୁହଁ ଖୋଲିଲେ ସୌମ୍ୟ ପଟ୍ଟନାୟକ । ଖୋର୍ଦ୍ଧାରେ ଜାନକୀ ଜୟନ୍ତୀ ଅବସରରେ ସୌମ୍ୟଙ୍କ ବଡ ମନ୍ତବ୍ୟ ରହିଛି । ଓଡିଆ ଅସ୍ମିତା, ପରିକ୍ରମା ପ୍ରକଳ୍ପ, ନିଜ ଭବିଷ୍ୟତ ନେଇ ମନ୍ତବ୍ୟ ରଖିଛନ୍ତି ସୌମ୍ୟ ପଟ୍ଟନାୟକ । ବିକାଶ ନାଁରେ ରାସ୍ତାଘାଟ, କୋଠାବାଡି କରିଦେଲେ ବିକାଶ ନୂହେଁ କହିଲେ ସୌମ୍ୟ । ବାହ୍ୟ ବିକାଶ ତୁଳନାରେ ଓଡିଆଙ୍କ ଅସ୍ମିତା ବିକାଶର ଅଭାବ ରହିଛି । ଓଡିଆ ଅସ୍ମିତାର ପ୍ରମାଣ ଓଡିଆ ଯୁବକଙ୍କ ପାଖରେ ମୁଁ ଦେଖୁନି । ଟିକେ ଟିକେ କଥାରେ ନେତାଙ୍କ ପଦଲେହନ କରିବାକୁ ସଙ୍କୋଚ ନୁହଁନ୍ତି ।

ସୂଚନା ମୁତାବକ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସୌମ୍ୟ ପଟ୍ଟନାୟକଙ୍କ ବଡ ମନ୍ତବ୍ୟ । ୨୦୧୫ର ଜଗନ୍ନାଥ ମନ୍ଦିର ଯାଇନି ବୋଲି କହିଲେ ସୌମ୍ୟ । ବ୍ରହ୍ମବିଭ୍ରାଟ ପରେ ଜଗନ୍ନାଥ ଅସଲି କିନକଲି ସନ୍ଦେହ ସୃଷ୍ଟି କଲେ ସାମ୍ବାଦିକ । ଜଗନ୍ନଥ ଅସଲି କିନକଲି ଯଦି ଜାଣିନୁ; ଯେଉଁଠ ୁଡାକିଲେ ବି ଶୁଣିବେ । ଭକ୍ତ ସାଲବେଗ, ଦାସିଆବାଉରୀ ଭଳି ଯେଉଁଠି ଡାକିଲେ ବି ଶୁଣିବେ ।

ସେ ଏହା ମଧ୍ୟ କହିଛନ୍ତି ଯେ, ଆଉ ନିର୍ବାଚନ ଲଢିବିନି ବୋଲି କହିଛନ୍ତି ସୌମ୍ୟ ପଟ୍ଟନାୟକ । ନିର୍ବାଚନ ଲଢିବି କି ନାହିଁ ନିଷ୍ପତ୍ତି ନେଇନି ପ୍ରାୟ ଲଢିବି ନାହିଁ । ମୋର ଦଳ ନାହିଁ କି ଖରକାଗଜ ନାହିଁ ମୋର କିଛି ନାହିଁ । ସଂପାଦକ ପଦ କାହିଁକି ଛାଡିଲେ ପ୍ରଶ୍ନରେ ସୌମ୍ୟଙ୍କ ପ୍ରତିକ୍ରିୟା । ଯେଉଁ ସମ୍ବାଦିକଙ୍କୁ ଗଢିଥିଲି, ତାଙ୍କ ଗୁଣ ଦେଖି ଛାଡିଲି ବୋଲି କହିଲେ ସୌମ୍ୟ । ମିଛ କଥା ନେଇ ଏତଲା କରିବେ, ତାକୁ କିଏ ବରଦାସ୍ତ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking