ଭୁବନେଶ୍ୱର: ଟେଲିକ୍ ସମ୍ପର୍କରେ ମିଛ କହି ଭୂଆଁ ବୁଲାନ୍ତୁନାହିଁ କହିଲେ ବୌଷ୍ଣବ । ଭୁବନେଶ୍ୱରରେ ରେଳ ଓ ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମନ୍ତବ୍ୟ ରହିଛି । ୨୦୧୪ରେ ଓଡିଶାରେ ଟାୱାର ସଂଖ୍ୟା ଥିଲା ୭୫୬୨, ଆଉ ଏବେ ୨୬,୫୧୨ ରହିଥିବାର ଜଣାପଡିଛି । ୨୦୨୪ରେ ୬ଲକ୍ଷ ଇଣ୍ଟରନେଟ ବ୍ୟବହାରକାରୀ ଆଉ ଏବେ ୨.୨୦ କୋଟି ବ୍ୟବହାରକାରୀମାନେ ରହିଛନ୍ତି । ୨୦୧୪ରେ ୪୦ ହଜାର କିଲୋମିଟର ଅପ୍ଟିକାଲ ଫାଇବର ଥିଲା ଆଉ ଏବେ ୧.୪୭ ଲକ୍ଷ କିମି ରହିଛି । ଟେଲିକମ୍ ନେଇ ପ୍ରେସମିଟରେ ମିଛ କହି ଭୂଆଁ ବୁଲାନ୍ତୁ ନାହିଁ ବୋଲି କହିଲେ ଅଶ୍ୱୀନି ବୈଷ୍ଣବ ।
ଖୁବ ଶୀଘ୍ର ଓଡିଶାରେ ଗଡିବ ୨ୟ ବନ୍ଦେ ଭାରତ ଏକ୍ସପ୍ରେସ । ଭୁବନେଶ୍ୱରରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା । ୨ୟ ବନେ୍ ଭାରତ ରାଉରକେଲାର ଭୁବନେଶ୍ୱର ଯାଏଁ ଚାଲିବ । ୨ୟ ବନେ୍ ଭାରତ ପାଇଁ ରୁଟ୍ ଚାର୍ଟ ଫାଇନାଲ ସରିଛି ବୋଲି କହିଛନ୍ତି ଅଶ୍ୱିନୀ ବୈଷ୍ଣବ ।