16.1 C
Bhubaneswar
Thursday, January 16, 2025
Homeଓଡିଶା‘ଏକ୍ସଇ’ ଭାରିଆଣ୍ଟକୁ ନେଇ ଭୟଭୀତ ହେବା ଅନୁଚିତ: ଡିଏମ୍‌ଇଟି

‘ଏକ୍ସଇ’ ଭାରିଆଣ୍ଟକୁ ନେଇ ଭୟଭୀତ ହେବା ଅନୁଚିତ: ଡିଏମ୍‌ଇଟି

ଭୁବନେଶ୍ୱର: ପୁଣି ଓମିକ୍ରନର ନୂଆ ଭାରିଏଣ୍ଟ ‘ଏକ୍ସଇ’ ଚିନ୍ତାର କାରଣ ପାଲଟିଛି । ହେଲେ ରାଜ୍ୟରେ କରୋନା ଭୂତାଣୁର ଏହି ନୂଆ ଭାରିଆଣ୍ଟକୁ ନେଇ ଭୟଭୀତ ହେବା ଅନୁଚିତ ବୋଲି ଡିଏମଇଟି ଡା. ରମାରମଣ ମହାନ୍ତି କହିଛନ୍ତି । ଡା. ମହାନ୍ତି କହିଲେ ଯେ ଏହା ବର୍ତ୍ତମାନ ପ୍ରାଥମିକ ଅବସ୍ଥାରେ ରହିଛି । ପକୃତପକ୍ଷେ ଏହା କେତେ ସଂକ୍ରାମକ ହେବ ସେ ଦିଗରେ ତର୍ଜମା ଚାଲିଛି । ଏପରିକି ଦେଶରେ ଏହା ଚିହ୍ନଟ ହୋଇଥିଲେ ହେଁ କେନ୍ଦ୍ର ସରକାର ଏହାକୁ ଅସ୍ୱୀକାର କରିଛନ୍ତି । ତେବେ ଏହାକୁ ନେଇ ଆଶଙ୍କା କରିବା ଅନୁଚିତ । ତଥାପି ସୁରକ୍ଷା ଲାଗି ସର୍ବଦା ମାସ୍କ ପରିଧାନ ଆବଶ୍ୟକ । ବିଶେଷକରି ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ବ୍ୟବହାର କରିବା ଉଚିତ୍ । ଅନ୍ୟ ରାଜ୍ୟରେ ମାସ୍କ ପ୍ରତ୍ୟାହାର ହେଲାଣି, ଓଡ଼ିଶାରେ ହେବ କି ନହେବ ସେନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ଡିଏମଇଟି ଡାକ୍ତର ମହାନ୍ତି କହିଛନ୍ତି । ସେହିପରି ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡାକ୍ତର ଅଜିତ ମହାନ୍ତି କହିଛନ୍ତି ଯେ ‘ଏକ୍ସଇ’ରେ ଯିଏ ବି ଚିହ୍ନଟ ହୋଇଛନ୍ତି, ସେମାନେ ଲକ୍ଷଣବିହୀନ । ଏହା ଏକ ସବ୍ ଭାରିଏଣ୍ଟ, ପ୍ରଭାବ ଥିଲେ ମଧ୍ୟ ଭୟ କରିବାର କୌଣସି ଆବଶ୍ୟକତା ନାହିଁ । ଯଦି ଆମ ରାଜ୍ୟରେ ଲକ୍ଷଣ ଦେଖାଯାଏ ତେବେ ଆମେ ନିୟନ୍ତ୍ରଣ କରି ପାରିବୁ । ଟିକାକରଣ ୯୦ ପ୍ରତିଶତ ଶେଷ ହୋଇସାରିଛି । ତେଣୁ ଏହାକୁ ନେଇ ଆଶଙ୍କା ପ୍ରକଟ ନକରିବାକୁ ସେ ପରାମର୍ଶ ଦେଇଛନ୍ତି । ଅପରପକ୍ଷରେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର ଏସମ୍ପର୍କରେ କହିଛନ୍ତି ଯେ, ଏକ୍ସଇ ଭାରିଏଣ୍ଟର ସଂକ୍ରମଣ ଗତି ଅଛି, ହେଲେ ଏତେ ଭୟାବହ ନାହିଁ । ଏହାର ଜେନେଟିକ୍ ଷ୍ଟଡି ହେଉଛି । କେନ୍ଦ୍ର ସରକାର ମାର୍ଗଦର୍ଶିକା ଦେବା ପରେ ଅନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଗତ ୨ଦିନ ହେବ ସଂକ୍ରମିତଙ୍କ ସଂଖ୍ୟା ୧୫ତଳକୁ ରହିଥିଲା । ଗତ ୨୪ଘଣ୍ଟାରେ ପୁଣି ଏହା ୨୮କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking