30.1 C
Bhubaneswar
Tuesday, May 26, 2026
Homeଓଡିଶାପିଲାଙ୍କର ପଢ଼ାରେ ଜମା ମନ ଲାଗୁନାହିଁ କି?

ପିଲାଙ୍କର ପଢ଼ାରେ ଜମା ମନ ଲାଗୁନାହିଁ କି?

ଭୁବନେଶ୍ୱର: କିଛି ପିଲାଙ୍କର ପାଠରେ ବେଶ୍ ଆଗ୍ରହ ଥାଏ ତ ଆଉ କିଛି ପିଲାଙ୍କର ପଢ଼ାରେ ଜମା ମନ ଲାଗେନି। ପାଠ ନାଁ ଶୁଣିଲେ ସେମାନେ ମୁହଁ ଶୁଖାଇ ଦିଅନ୍ତି। ବହି ଖୋଲି ବସିଲେ ବି ଧ୍ୟାନ ସେମାନଙ୍କର ଅନ୍ୟତ୍ର ଥାଏ। ହେଲେ ଏମିତି କିଛି ଉପାୟ ଅଛି, ଯାହାକୁ ଆପଣାଇ ପିଲାଙ୍କର ପାଠ ପ୍ରତି ଏକାଗ୍ରତା ବଢ଼ାଇହେବ।

– ପିଲାମାନେ ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ବସି ପଢ଼ିଲେ, ଏକାଗ୍ରତା ବୃଦ୍ଧି ହେବା ସହ ସେମାନଙ୍କର ପାଠ ପଢ଼ାରେ ଆଗ୍ରହ ଆସିଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି।

– ପିଲାର ଶୁଭମନାସୀ ପ୍ରତି ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କ ମନ୍ଦିରରେ ନିଜ ସାମର୍ଥ୍ୟ ଅନୁସାରେ ଗରିବ ଲୋକଙ୍କୁ କିଛି ଧାର୍ମିକ ପୁସ୍ତକ ଓ ପେନ୍ ଦାନ କଲେ ସୁଫଳ ମିଳେ ବୋଲି ବିଶ୍ୱାସ ରହିଛି।

– ବାସ୍ତୁଶାସ୍ତ୍ର ଅନୁଯାୟୀ, ଯେଉଁ ପିଲାର ପାଠରେ ମନ ଲାଗୁନାହିଁ ତା’ର ପକେଟ୍‌ରେ ସବୁବେଳେ ଫିଟିକିରି ଖଣ୍ଡେ ରଖିବା ସହ ପ୍ରତ୍ୟହଃ ତା’ର ମଥା ଏବଂ ନାଭିରେ କେଶରର ତିଳକ ଲଗାଇଲେ ସୁଫଳ ମିଳିଥାଏ ବୋଲି ବିଶ୍ୱାସ କରାଯାଏ।

– ଅନ୍ୟପକ୍ଷେ କୁହାଯାଏ, ଭଗବାନ ବିଷ୍ଣୁଙ୍କ ଫଟୋ କିମ୍ବା ମୂର୍ତ୍ତି ନିକଟରେ ଦୀପ ଜାଳିବା ସହ କଦଳୀ ଗଛ ମୂଳରେ ପ୍ରତ୍ୟେକ ଦିନ ଜଳ ଢାଳି ସେଠାରୁ ମାଟି ଆଣି ପିଲାର ମଥାରେ ତିଳକ ଲଗାଇଲେ ବି ପିଲାଙ୍କର ପଢ଼ା ପ୍ରତି ଆଗ୍ରହ ଆସିଥାଏ।

– ପିଲାଙ୍କ ଷ୍ଟଡି ରୁମ୍‌ର ପୂର୍ବ, ଉତ୍ତର-ପୂର୍ବ କିମ୍ବା ଦକ୍ଷିଣ ପାର୍ଶ୍ୱରେ ପ୍ରତ୍ୟେକ ଦିନ ଗୋଟିଏ ଲେଖାଏ ମହମବତି ଜାଳିଲେ ବି ସେମାନେ ପାଠ ପ୍ରତି ଆକର୍ଷିତ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking