27.1 C
Bhubaneswar
Thursday, February 29, 2024
Homeଦେଶ ବିଦେଶପତ୍ନୀ, ୨ ସନ୍ତାନଙ୍କୁ ହତ୍ୟାପରେ ଡାକ୍ତରଙ୍କ ଆତ୍ମହତ୍ୟା

ପତ୍ନୀ, ୨ ସନ୍ତାନଙ୍କୁ ହତ୍ୟାପରେ ଡାକ୍ତରଙ୍କ ଆତ୍ମହତ୍ୟା

ରାଏବରେଲୀ: ଉତ୍ତର ପ୍ରଦେଶର ରାଏବରେଲୀ ଜିଲ୍ଲାରେ ଜଣେ ଡାକ୍ତର ପତ୍ନୀ ଓ ଦୁଇ ସନ୍ତାନଙ୍କୁ ହତ୍ୟା କରିବାପରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ଅରୁଣ ସିଂହ ନାମକ ଏହି ବ୍ୟକ୍ତି ପେସାରେ ଜଣେ ଡାକ୍ତର ହୋଇଥିବାବେଳେ ରେଳଡବା ନିର୍ମାଣ କାରଖାନାରେ ମେଡିକାଲ ଅଫିସରଭାବେ କାର୍ଯ୍ୟ କରୁଥିଲେ ।

ତେବେ ପରିବାର ଲୋକେ ଅଭିଯୋଗ କରିବାପରେ ପୁଲିସ ବୁଧବାର ତାଙ୍କ ବାସଭବନରୁ ୪ଟି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅରୁଣ କିଛିଦିନ ହେବ ମାନସିକ ଅବସାଦଗ୍ରସ୍ତ ଥିଲେ । ଘଟଣାସ୍ଥଳରୁ ପୁଲିସ ଏକାଧିକ ଇଞ୍ଜକ୍‌ସନ ସିରିଞ୍ଜ୍ ଜବତ କରିଛି । ଆତ୍ମହତ୍ୟା ପୂର୍ବରୁ ଅରୁଣ ପତ୍ନୀ ଓ ଦୁଇ ସନ୍ତାନଙ୍କୁ ବିଷ ଇଞ୍ଜେକ୍‌ସନ ଦେଇ ହତ୍ୟା କରିଥିବା ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking