27.1 C
Bhubaneswar
Wednesday, June 26, 2024
Homeଜୀବନଶୈଳୀଗର୍ଭାବସ୍ଥାରେ ଖାନ୍ତୁ ନାହିଁ ଏହି ଖାଦ୍ୟ...

ଗର୍ଭାବସ୍ଥାରେ ଖାନ୍ତୁ ନାହିଁ ଏହି ଖାଦ୍ୟ…

ଭୁବନେଶ୍ୱର : ସାଧାରଣତଃ ଗର୍ଭାବସ୍ଥାରେ ସମସ୍ତେ ସ୍ବାସ୍ଥ୍ୟକର ଖାଦ୍ୟ ଖାଇଥାନ୍ତି। କିନ୍ତୁ ଏମିତି କେତେକ ସ୍ବାସ୍ଥ୍ୟକର ଖାଦ୍ୟ ରହିଛି ଯାହା ଖାଇଲେ ଗର୍ଭାବସ୍ଥାରେ କ୍ଷତିକାରକ ହୋଇଥାଏ। ନିଜ ଶିଶୁର ଉତ୍ତମ ସ୍ବାସ୍ଥ୍ୟ ପାଇଁ ଗର୍ଭବତୀ ମହିଳାଙ୍କୁ ନିଜ ଜୀବନଶୈଳୀ ସହ ଜଡ଼ିତ ପ୍ରତ୍ୟେକ ଜିନିଷ, ବିଶେଷକରି ଖାଇବା ପିଇବା ପ୍ରତି ଅଧିକ ଧ୍ୟାନ ଦେବାକୁ ପଡ଼ିଥାଏ। ଆସନ୍ତୁ ଜାଣିବା ଗର୍ଭାବସ୍ଥାରେ କ’ଣ ଖାଇବା ଅନୁଚିତ।
ଅମୃତଭଣ୍ଡା ସୃଷ୍ଟି କରିଥାଏ ଗର୍ଭପାତର ଆଶଙ୍କା: କଞ୍ଚା ଅମୃତଭଣ୍ଡାରେ ଲେଟେକ୍ସ ଥାଏ । ଏହା ଗର୍ଭାବସ୍ଥାର ଆରମ୍ଭରେ ଗର୍ଭପାତର ଆଶଙ୍କାକୁ ବଢ଼ାଇ ଦେଇଥାଏ। ଅମୃତଭଣ୍ଡାରେ ପପେନ୍ ମଧ୍ୟ ଥାଏ ଯାହା ଭୃଣର ବିକାଶରେ ବାଧା ସୃଷ୍ଟି କରିଥାଏ। ତେବେ ପ୍ରସବ ପରେ ଅମୃତଭଣ୍ଡା ଖାଇବାରେ କୈାଣସି ସମସ୍ୟା ନାହିଁ।
ଭୃଣ ପାଇଁ ହାନିକାରକ ଅଙ୍ଗୁର : ଗର୍ଭାବସ୍ଥାରେ ମହିଳାମାନେ ଅଙ୍ଗୁର ଖାଇବା ଅନୁଚିତ । କାରଣ ଅଙ୍ଗୁରର ରସ ଶରୀର ପାଇଁ ଗରମଦାୟକ ହୋଇଥାଏ । ଏହା ଗର୍ଭସ୍ଥ ଭୃଣ ପାଇଁ ହାନିକାରକ । ଅଙ୍ଗୁର ଖାଇବା ଫଳରେ ଅସମୟରେ ପ୍ରସବ ହେବାର ସମ୍ଭାବନା ଥାଏ।
ତୁଳସୀ ପତ୍ର ହୋଇପାରେ ଗର୍ଭପାତର କାରଣ: ତୁଳସୀ ପତ୍ର ଗର୍ଭବତୀ ମହିଳାର ଭୃଣ ପାଇଁ ପ୍ରତିକୂଳ ସମସ୍ୟା ସୃଷ୍ଟି କରିଥାଏ। ଏଥିରେ ଥିବା ଆଷ୍ଟ୍ରୋଗୋଲ ଗର୍ଭପାତ କରାଇପାରେ। ତୁଳସୀ ପତ୍ର ମହିଳାଙ୍କ ମାସିକ ଋତୁସ୍ରାବରେ ମଧ୍ୟ ପ୍ରଭାବ ପକାଇଥାଏ।
ଚାଇନିଜ ଖାଦ୍ୟ କ୍ଷତିକାରକ : ଚାଇନିଜ ଖାଦ୍ୟରେ ମୋନୋ ସୋଡିୟମ୍ ଗ୍ଲୁଟାମେଟ୍ ଅଛି ଯାହା କାରଣରୁ ଶିଶୁର ଜନ୍ମ ପରେ ଶାରିରୀକ ଅକ୍ଷମତା ଦେଖାଯାଇଥାଏ। ଏହା ସହିତ ସୋୟା ସସରେ ଲୁଣ ଅଧିକ ଥିବା ହେତୁ ଗର୍ଭବତୀ ମହିଳାଙ୍କ ରକ୍ତଚାପ ବଢ଼ିଯିବା ଫଳରେ ଗର୍ଭପାତ ହୋଇଥାଏ।
ସପୁରୀ ଯୋଗୁଁ ଅସ୍ବାଭାବିକ ପ୍ରସବର ସମ୍ଭାବନା: ଗର୍ଭାବସ୍ଥାରେ ସପୁରୀ ଖାଇବା ହାନିକାରକ। ସପୁରୀରେ ବ୍ରୋମେଲିନ୍ ଅଧିକ ଥିବା ଯୋଗୁଁ ଶୀଘ୍ର ପ୍ରସବ ହେବାର ସମ୍ଭାବନା ବଢ଼ି ଯାଇଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking