16.1 C
Bhubaneswar
Saturday, January 11, 2025
Homeଓଡିଶାବ୍ୟାଙ୍କ ଘରୋଇକରଣକୁ ନେଇ ଧାରଣା

ବ୍ୟାଙ୍କ ଘରୋଇକରଣକୁ ନେଇ ଧାରଣା

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ ସୁପରମାର୍କେଟସ୍ଥିତ ମୁଖ୍ୟ ଶାଖା ସମ୍ମୁଖରେ ଜାତୀୟକରଣ ବ୍ୟାଙ୍କ ଗୁଡିକୁ ଘରୋଇକରଣ ବିରୋଧରେ ମିଳିତ ଭାବେ ସମସ୍ତ କର୍ମଚାରୀ ଏହାର ପ୍ରତିବାଦ କରିଥିଲେ । ଏହି ସର୍ବଭାରତୀୟ ଧର୍ମଘଟ ଦୁଇଦିନ ଧରି ଚାଲିବ ବୋଲି ଶାଖା ପରିଚାଳକ କହିଛନ୍ତି । ଏଥିଯୋଗୁଁ ଢେଙ୍କାନାଳ ସହରରେ ଥିବା ସମସ୍ତ ପ୍ରାଇଭେଟ ବ୍ୟାଙ୍କ ସେବା ସଂପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି । ୧୯୬୯ ମସିହାରେ ବ୍ୟାଙ୍କ ଗୁଡିକ ଜାତୀୟକରଣ ହେବାପରେ ଦେଶରେ କୃଷି, ଶିଳ୍ପ ଓ ବିଭିନ୍ନ ଉନ୍ନତିମୁଳକ କ୍ଷେତ୍ରରେ ବ୍ୟାଙ୍କ ଗୁଡିକର ଗୁରୁତ୍ୱ ରହିଛି । ବଡ ବଡ ଶିଳ୍ପପତି ଯେଉଁମାନେ ୠଣ ନେଇ ଶୁଝିବାର ନା ଧରୁନାହାନ୍ତି, ସେହିମାନଙ୍କ ହାତରେ ବ୍ୟାଙ୍କକୁ ଟେକିଦେବାକୁ ସରକାର ନିଷ୍ପତି ନେଇଛନ୍ତି । ଘରୋଇ କରଣ ହେବା ଦ୍ୱାରା ବହୁ ଗ୍ରାମୀଣ ବ୍ୟାଙ୍କ ବନ୍ଦ ହେବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking