27.1 C
Bhubaneswar
Thursday, April 25, 2024
Homeଓଡିଶାଭାଜପା ପକ୍ଷରୁ ମଣ୍ଡି ଖୋଲିବା ଦାବିରେ ଆନ୍ଦୋଳନ

ଭାଜପା ପକ୍ଷରୁ ମଣ୍ଡି ଖୋଲିବା ଦାବିରେ ଆନ୍ଦୋଳନ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଧାନର ଅଭାବୀ ବିକ୍ରି, ମଣ୍ଡି ଅବ୍ୟବସ୍ଥା ପ୍ରତିବାଦରେ କାମାକ୍ଷାନଗର, ପର୍ଜଙ୍ଗ, ଗଁଦିଆ, ଭୁବନ, ଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀର ଭାଜପା ନେତା ଓ ଚାଷୀ ଭାଇମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଥିଲେ । ସେମାନେ ଜିଲ୍ଲାରେ ସମସ୍ତ ଚାଷୀଭାଇମାନେ କିପରି ସେମାନେ ତାଙ୍କର ଉତ୍ପାଦିତ ବଳକା ଧାନକୁ ମଣ୍ଡିରେ ବିକ୍ରି କରିପାରିବେ ସେନେଇ ଭାଜପା ପକ୍ଷରୁ ଜିଲ୍ଲାପାଳଙ୍କ ଉଦେଶ୍ୱରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

ମିଳିଥିବା ସୁଚନାରୁ, ଢେଙ୍କାନାଳ ଜିଲ୍ଲାରେ ହଜାର ହଜାର ଚାଷୀ ଟୋକନ ଧରି ଲକ୍ଷ ଲକ୍ଷ କ୍ୱିଇଣ୍ଟାଲ ଧାନ ମଣ୍ଡିରେ ବିକ୍ରି କରିବା ପାଇଁ ଧରି ବସିଛନ୍ତି । ଚାଷୀମାନେ ଟୋକନ ପାଇଥିଲେ ମଧ୍ୟ ମଣ୍ଡି ବନ୍ଦ ହୋଇଯିବାରୁ ଧାନ ପଡିରହିଛି । ଫଳରେ ଚାଷୀମାନେ କମ୍ ଅର୍ଥରେ ବେପାରୀଙ୍କୁ ଧାନ ବିକ୍ରି କରିବାକୁ ବଧ୍ୟ ହେଉଛନ୍ତି । ଫଳରେ ଜିଲ୍ଲାରେ ଥିବା ଚାଷୀ ଅଭାବି ବିକ୍ରିର ଶିକାର ହେଉଛନ୍ତି । ତେଣୁ ଜିଲ୍ଲାରେ ତୁରନ୍ତ ମଣ୍ଡି ଖୋଲିବାକୁ ଭାଜପା ଏବଂ ଚାଷୀ ମାନଙ୍କ ତରଫରୁ ଦାବୀ ହେଉଛି ।

ଭାଜପା ନେତା ବିଭୁତି ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ଆନ୍ଦୋଳନରେ ରୁଦ୍ରନାରାୟଣ ପାଣି, ପବିତ୍ର ବିଶ୍ୱାଳ, ରାସବିହାରୀ ବେହେରା, ପ୍ରମୋନ୍ଦ ଜେନା, କୃଷ୍ଣଚନ୍ଦ୍ର ପାତ୍ର, କୃଷକ ନେତା ଦୀପକ ପାତ୍ରଙ୍କ ସମେତ ବିଭିନ୍ନ ମଣ୍ଡଳିର କର୍ମକର୍ତା ଓ ସାଧାରଣ କର୍ମୀ ଯୋଗଦାନ କରିଥିଲେ । ଏ ସଂପର୍କରେ ବହୁବାର ଅଭିଯୋଗ ପରେ ମଧ୍ୟ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆଯାଉନଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking