35.1 C
Bhubaneswar
Monday, April 27, 2026
Homeଓଡିଶାଦୁର୍ଗାପୂଜାରେ ଡିଜେର ଶଦ୍ଦ ସୀମା ଟପିବ ନାହିଁ : ହାଇକୋର୍ଟ

ଦୁର୍ଗାପୂଜାରେ ଡିଜେର ଶଦ୍ଦ ସୀମା ଟପିବ ନାହିଁ : ହାଇକୋର୍ଟ

ଭୁବନେଶ୍ବର/କଟକ: ଶାରଦୀୟ ନବରାତ୍ରୀ ଆଜି ଠାରୁ ଆରମ୍ଭ ହୋଇଯାଇଛି। ଦେବୀ ମନ୍ଦିରଗୁଡ଼ିକ ଚଳଚଞ୍ଚଳ ହୋଇ ଉଠିଛି। ମା’ଙ୍କ ପୂଜାର୍ଚ୍ଚନା ପାଇଁ ମନ୍ଦିରଗୁଡ଼ିକରେ ସ୍ବତନ୍ତ୍ର ଆୟୋଜନ ପ୍ରସ୍ତୁତ ହୋଇଛି। ମଣ୍ଡପରେ ଦୁର୍ଗାପୂଜାର ଆୟୋଜନ ପାଇଁ ବିଭିନ୍ନ ଅନୁଷ୍ଠାନ ଯୁଦ୍ଧକାଳୀନ ଭିତ୍ତିରେ ସାଜସଜ୍ଜା କରୁଛନ୍ତି। ସପ୍ତମୀ ଠାରୁ ମଣ୍ଡପରେ ମା’ଙ୍କ ପୂଜା ଆରମ୍ଭ ହୋଇଯିବ। ଦଶହରା ପରଦିନ ମା’ଙ୍କ ଭସାଣି ଅନୁଷ୍ଠିତ। ତେବେ ଡିଜେ ନେଇ ଆଜି ହୋଇକୋର୍ଟ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ, ଭସାଣି ବେଳେ ଡିଜେର ଶଦ୍ଦ ସୀମା ଟପିବ ନାହିଁ। ଅର୍ଥାତ ଡିଜେର ଶଦ୍ଦ ୬୫ ଡିସେବଲ୍‌ ମଧ୍ୟରେ ସୀମିତ ରହିବ। ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ପାର୍ବଣ ପାଇଁ ରାସ୍ତାଘାଟର ମରାମତି କାମ ଅକ୍ଟୋବର ୫ ତାରିଖ ସୁଦ୍ଧା ସାରିବାକୁ କଣ୍ଟ ରଖିଥିଲେ। କିନ୍ତୁ ତାହା ଏପର୍ଯ୍ୟନ୍ତ ଶେଷ ହୋଇପାରି ନାହିଁ। ହାଇକୋର୍ଟ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ରାସ୍ତା ମରାମତି କାମ ଆଗାମୀ ୭ ଦିନ ଭିତରେ ‌ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking