ମେଲ୍ବର୍ଣ୍ଣ : ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ର ପୁରୁଷ ସିଙ୍ଗଲ୍ସ ଫାଇନାଲ୍ ବିଶ୍ୱର ୪ ନମ୍ବର ଖେଳାଳି ସର୍ବିୟାର ନୋଭାକ୍ ଜୋକୋଭିଚ୍ ଓ ତୃତୀୟ ସିଡେଡ୍ ଗ୍ରୀକ୍ ଖେଳାଳି ଷ୍ଟେଫାନୋସ୍ ସିଟ୍ସିପାସ୍ଙ୍କ ମଧ୍ୟରେ ଖେଳାଯିବ । ଗୋଟିଏ ପଟେ ଜୋକୋଭିଚ୍ ଆମେରିକାର ଟମି ପଲ୍ଙ୍କୁ ୭-୫,୬-୧,୬-୨ରେ ପରାସ୍ତ କରି ଏଠାରେ ତାଙ୍କର ଦଶମ ଟାଇଟଲ୍ ଦିଗରେ ଅଗ୍ରସର ହୋହଇଥିବା ବେଳେ ଅନ୍ୟତମ ସେମିରେ ସିଟ୍ସିପାସ୍ ଅଷ୍ଟାଦଶ ସିଡ୍ ରୁଷିଆର କାରେନ୍ ଖାଚାନୋଭ୍ଙ୍କୁ ୭-୬(୭/୨),୬-୪, ୬-୭(୬/୮),୬-୩ରେ ପରାସ୍ତ କରିଛନ୍ତି । ଅନ୍ୟପକ୍ଷରେ ଶନିବାର ମହିଳା ସିଙ୍ଗଲ୍ସ ଫାଇନାଲ୍ ବେଲାରୁଷ୍ର ପଞ୍ଚମ ସିଡେଡ୍ ଖେଳାଳି ଆରିନା ସାବାଲେଙ୍କା ଓ କଜାଖ୍ସ୍ତାନର ଏଲିନା ରିବାକିନାଙ୍କ ମଧ୍ୟରେ ଖେଳାଯିବ । କାରଣ ଗୁରୁବାର ସାବାଲେଙ୍କା ଅଣସିଡେଡ୍ ଖେଳାଳି ପୋଲାଣ୍ଡ୍ର ମାଗ୍ଦା ଲିନେଟ୍ଙ୍କୁ ୭-୬(୭/୧),୬-୨ରେ ପରାସ୍ତ କରିଛନ୍ତି । ସେହିପରି ଅନ୍ୟ ଏକ ସେମିଫାଇନାଲ୍ରେ ରିବାକିନା ୨୪ତମ ସିଡେଡ୍ ବେଲାରୁଷ୍ର ଭିକ୍ଟୋରିଆ ଆଜାରେଙ୍କାଙ୍କୁ ୭-୬(୭/୪),୬-୩ରେ ହରାଇ ଟାଇଟଲ୍ ଲଢ଼େଇରେ ଉପନୀତ ହେବାକୁ ଯୋଗ୍ୟତା ପାଇଛନ୍ତି ।