29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଦିବ୍ୟା ଖୋସଲାଙ୍କ ଛାଡ଼ପତ୍ରକୁ ନେଇ ଜୋର ଧରିଲା ଚର୍ଚ୍ଚା

ଦିବ୍ୟା ଖୋସଲାଙ୍କ ଛାଡ଼ପତ୍ରକୁ ନେଇ ଜୋର ଧରିଲା ଚର୍ଚ୍ଚା

ମୁମ୍ବାଇ: ବଲିଉଡର ସବୁଠାରୁ ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା ଭାବେ ଦିବ୍ୟା ଖୋସଲା କୁମାର ଏକ ଚର୍ଚ୍ଚିତ ନାଁ । ତାଙ୍କର ଉତ୍କୃଷ୍ଟ ଅଭିନୟ ଏବଂ ସୁନ୍ଦର ଚେହେରା ହେତୁ ସେ ପ୍ରାୟତଃ ଲାଇମ୍ ଲାଇଟରେ ରହିଥାନ୍ତି। ଏବେ ଦିବ୍ୟା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ଟି-ସିରିଜର ପରିଚାଳନା ନିର୍ଦ୍ଦେଶକ ଭୂଷଣ କୁମାରଙ୍କୁ ବିବାହ କରିଛନ୍ତି। ଏହି ଦମ୍ପତି ସର୍ବଦା ସେମାନଙ୍କର ବ୍ୟକ୍ତିଗତ ଜୀବନକୁ ଯଥେଷ୍ଟ ବ୍ୟକ୍ତିଗତ ରଖିଆସିଛନ୍ତି। କିନ୍ତୁ ବର୍ତ୍ତମାନ ଏହି ଦମ୍ପତିଙ୍କ ମଧ୍ୟରେ ସବୁ କିଛି ଠିକ୍ ନଥିବା ଦେଖାଯାଇଛି। ରେଡିଟର ଏକ ପୋଷ୍ଟକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ଯେ, ଦିବ୍ୟା, ଭୂଷଣଙ୍କୁ ଛାଡ଼ପତ୍ର ଦେବେ। ସୂଚନା ମୁତାବକ, ରେଡିଟରେ ଜଣେ ବ୍ୟବହାରକାରୀ ଦିବ୍ୟା ଖୋସଲାଙ୍କ ଇନଷ୍ଟା ହ୍ୟାଣ୍ଡେଲର ଏକ ସ୍କ୍ରିନସଟ୍ ସେୟାର କରିଛନ୍ତି ଯେଉଁଥିରେ ଦିବ୍ୟା ନିଜ ନାମରୁ କୁମାର ହଟାଇ ଦେଇଛନ୍ତି। ଆଗରୁ ତାଙ୍କ ଇନଷ୍ଟା ହ୍ୟାଣ୍ଡେଲର ନାମ ଦିବ୍ୟା ଖୋସଲା କୁମାର ଥିବା ବେଳେ ଏବେ କେବଳ ଦିବ୍ୟା ଖୋସଲା ରହିଥିବା ଦାବି କରାଯାଇଛି। ଏହା ସହ କୁହାଯାଉଛି ଯେ, ଦିବ୍ୟା ଟି-ସିରିଜକୁ ମଧ୍ୟ ଅନଫଲୋ କରିଛନ୍ତି। ତେବେ ପ୍ରକୃତରେ କେଉଁ କାରଣରୁ ଦିବ୍ୟା ଏଭଳି କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।ତେବେ ବିବାହ ପରେ ଫିଲ୍ମରୁ କିଛି ବର୍ଷ ଦୂରେଇ ରହିଥିଲେ ବି ଏବେ ପୁଣି ଥରେ ଦିବ୍ୟା ପରଦାକୁ ‌ଫେରିଛନ୍ତି। ଅନେକ ମ୍ୟୁଜିକ୍ ଭିଡିଓ ସହିତ ଫିଲ୍ମରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking