ଭୁବନେଶ୍ୱର: ଜେଲକୁ ସରପ୍ରାଇଜ ଭିଜିଟ କରିବେ ଜିଲ୍ଲପାଳ, ଏସପି । ସବୁ ଜିଲ୍ଲାପାଳ ଏବଂ ଏସପିଙ୍କୁ ନିର୍ଦ୍ଦେଶ ଦେଲେ ଜେଲ ଡିଜି ସୁଶାନ୍ତ ନାୟକ । ଚୌଦ୍ୱାର ଜେଲରୁ କଏଦୀ ଫେରାର ହେବା ପରେ ତତ୍ପରତା ପ୍ରକାଶ କରିଛି ଜେଲ ବିଭାଗ । ଜେଲ ଭିତରେ ଅନେକ ଅନୈତିକ କାରବାର ହୋଇଥିବା ନେଇ ଏକାଧିକ ଅଭିଯୋଗ ପୂର୍ବରୁ ମଧ୍ୟ ଆସିଛି । ବିଭିନ୍ନ ସମୟରେ ଜେଲରେ କଏଦୀଙ୍କ ନିକଟରୁ ନିଶା ଦ୍ରବ୍ୟ , ଫୋନ ଏବଂ ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି । ଏସବୁକୁ ପ୍ରତିରୋଧ ଧରିବା ପାଇଁ ଜେଲ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ଏସପି ମାନଙ୍କୁ ସ୍ୱତନ୍ତ୍ର ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି ।








