ଭୁବନେଶ୍ୱର: ରହସ୍ୟ ଘେରରେ ରାଉରକେଲାର ଆସିଷ୍ଟାଂଟ କଲେକ୍ଟର ମୃତ୍ୟୁ ମାମଲା । ଘଟଣାକୁ ୯ ଦିନ ବିତିଯାଇଥିଲେ ବି ଏଯାଏଁ ବାହାରିପାରିନି ନିଷ୍କର୍ସ । ଏହାର ଭିତରେ ବିଭିନ୍ନ ରାଜନୈତିକ ଦଳ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି । ପୂର୍ବତନ ବିଧାୟକ ତଥା ଆଦିବାସୀ ନେତା ଜର୍ଜ ତିର୍କୀ କହିଛନ୍ତି, ଏହି ଘଟଣାରେ ଯେତେ ପର୍ଯ୍ୟନ୍ତ ନ୍ୟାୟ ନ ମିଳିବ ସେତେଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ।
ନ୍ୟାୟ ପାଇଁ ଆସନ୍ତା ୪ ତାରିଖ ପରେ ଜିଲ୍ଲାରେ ବିଶାଳ ରାଲି କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏଥିସହ ଉଚ୍ଚ ନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ରୁଜୁ କରାଯିବ ବୋଲି ଜର୍ଜ ତିର୍କୀ ଚେତାବନୀ ଦେଇଛନ୍ତି । ସୁସ୍ମିତାଙ୍କ ମରଶରୀରରେ ଏକାଧିକ କ୍ଷତଚିହ୍ନ ସହ ପୋଡ଼ା ଦାଗ ରହିଛି । ତେଣୁ ଏହା ହତ୍ୟା ବୋଲି ପରିବାର ଲୋକେ ଦାବି କରିଛନ୍ତି । କିନ୍ତୁ ପୋଲିସ କହିଛି ଏହା ଆତ୍ମହତ୍ୟା ।