20.1 C
Bhubaneswar
Thursday, January 16, 2025
Homeଓଡିଶାଜଜଙ୍କ ଜେଲ୍ ଯାଞ୍ଚ, କଏଦୀଙ୍କୁ ନିମ୍ନମାନର ଖାଦ୍ୟ ଅଭିଯୋଗରେ ଜେଲର୍ ନିଲମ୍ବିତ

ଜଜଙ୍କ ଜେଲ୍ ଯାଞ୍ଚ, କଏଦୀଙ୍କୁ ନିମ୍ନମାନର ଖାଦ୍ୟ ଅଭିଯୋଗରେ ଜେଲର୍ ନିଲମ୍ବିତ

ଭୁବନେଶ୍ୱର: କୋରାପୁଟ ମଣ୍ଡଳ କାରାଗାରରେ କଏଦୀଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ନେଇ ଅଭିଯୋଗ ପରେ ଏହାର ଯାଞ୍ଚକରାଯାଇଥିଲା । ଏଥିରେ ସତ୍ୟତା ମିଳିବା ପରେ ଜେଲ୍ ଡିଜି କୋରାପୁଟ ମଣ୍ଡଳ କାରାଗାରର ଜେଲର ଗଗନ ବିହାରୀ ସାହୁଙ୍କୁ ନିଲମ୍ବିତ କରିଛନ୍ତି । ସୁପରିଟେଣ୍ଡେଣ୍ଟଙ୍କ ବିରୋଧରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ପାଇଁ ଗୃହ ବିଭାଗକୁ ସୁପାରିଶ କରାଯାଇଥିବାବେଳେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର‌୍ୟ୍ୟାନୁଷ୍ଠାନ ନେଇଛନ୍ତି ଜେଲ୍ ଡିଜି । କୋରାପୁଟ ମଣ୍ଡଳ କାରାଗାରରେ କଏଦୀଙ୍କୁ ନିମ୍ନ ମାନର ଖାଦ୍ୟ ଦିଆଯିବା ସହ ଶୌଚାଳୟ ବ୍ୟବହାର ଅନୁପଯୋଗୀ ଥିବା କାରଣରୁ ଉପରୋକ୍ତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ହାଇକୋର୍ଟ ଜଷ୍ଟିସଙ୍କ ଅତର୍କିତ ଗସ୍ତ ଓ ଯାଞ୍ଚ ପରେ ଏଭଳି ଅବ୍ୟବସ୍ଥା ସାମ୍ନାକୁ ଆସିଥିଲା । ଆଉ ଏହି ସମ୍ପର୍କିତ ରିପୋର୍ଟ ହାଇକୋର୍ଟରେ ଦେବା ପରେ ହାଇକୋର୍ଟ ଏନେଇ ଶୁଣାଣି କରି ଜେଲ ଡିଜିଙ୍କୁ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିଲେ । ସେହିପରି ନୟାଗଡ଼ ଜିଲ୍ଲା ଖଣ୍ଡପଡା ଉପକାରାଗାରର ଜେଲର୍ ସାରଦା ପ୍ରସନ୍ନ ରାଉତଙ୍କ ବିରୋଧରେ ମଧ୍ୟ ଶୃଙ୍ଖଳାଗତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ନୟାଗଡ଼ ଜିଲ୍ଲା ଜଜ୍ ଅଚାନକ ଗସ୍ତ କରିବା ପରେ ଜେଲ୍ ଅବ୍ୟବସ୍ଥା ନେଇ ରିପୋର୍ଟ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking