28.1 C
Bhubaneswar
Thursday, June 12, 2025
Homeଓଡିଶାଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ରଙ୍କ ଆତ୍ମହତ୍ୟା ମାମଲା: ହାତଘଣ୍ଟାରୁ ମିଳିବ ରହସ୍ୟ!

ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ରଙ୍କ ଆତ୍ମହତ୍ୟା ମାମଲା: ହାତଘଣ୍ଟାରୁ ମିଳିବ ରହସ୍ୟ!

ଭୁବନେଶ୍ୱର: ଗୋପ ବ୍ଲକ୍ ଏଗାର ନମ୍ୱର ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାକୁ ନେଇ ରହସ୍ୟ ବଢିବାରେ ଲାଗିଛି । ଆତ୍ମହତ୍ୟା କାରଣକୁ ନେଇ ସସ୍‌ପେନ୍ସ ଲାଗିରହିଛି । ମଙ୍ଗଳବାର ହାତଘଣ୍ଟା ଓ ହାର୍ଡଡିସ୍କରୁ ଆତ୍ମହତ୍ୟାର ରହସ୍ୟ ଖୋଜିବାରେ ଲାଗିପଡ଼ିଛି ତଦନ୍ତକାରୀ ଟିମ୍ । ଆଉ ତୃତୀୟ ପର୍ଯ୍ୟାୟରେ ଧର୍ମେନ୍ଦ୍ରଙ୍କ ଘରକୁ ଯାଇ ପୁଣିଥରେ ତନାଘନା କରିଛି । ଧର୍ମେନ୍ଦ୍ରଙ୍କ ପରିବାର ଲୋକଙ୍କୁ ପୁଲିସ ପଚରାଉଚରା କରିଛି । ସେହିପରି ଧର୍ମେନ୍ଦ୍ରଙ୍କ ହାତ ଘଣ୍ଟା (ସ୍ମାର୍ଟ ୱାଚ୍‌) ଓ ହାର୍ଡଡିସ୍କକୁ ଯାଞ୍ଚ ଲାଗି ଫୋରେନସିକ ଲ୍ୟାବକୁ ପଠାଇଛି କମିସନରେଟ ପୁଲିସ । ଯେଉଁ ସ୍ମାର୍ଟ ୱାଚ୍‌ରେ ଧର୍ମେନ୍ଦ୍ରଙ୍କ ସିସିଟିଭି ନିୟନ୍ତ୍ରଣ ହୋଇପାରୁଥିଲା । ତଦନ୍ତରେ ସାମିଲ ଥିବା ଜଣେ ବରିଷ୍ଠ ଅଧିକାରୀଙ୍କ କହିବାକଥା, ଧର୍ମେନ୍ଦ୍ରଙ୍କ ହାତଘଣ୍ଟା ସହ ମୋବାଇଲ ଫୋନ ଓ ସିସିଟିଭି ଲିଙ୍କ୍ ରହିଛି । ବିଭିନ୍ନ ସମୟରେ ନିଜର ଘଣ୍ଟାରୁ ଧର୍ମେନ୍ଦ୍ର ମେସେଜ କରିଥିବା ଜାଣିବାକୁ ପାଇଛି ପୁଲିସ ।

ଏଥିପାଇଁ ଘଣ୍ଟାକୁ ଯାଞ୍ଚ କରିବାକୁ ଫୋରେନସିକ ପଠାଯାଇଥିବା କୁହାଯାଉଛି । ସେଭଳି ଘରର ସବୁ ସିସିଟିଭି କ୍ୟାମେରାକୁ ନିଜର ଘଣ୍ଟା ଜରିଆରେ ଅପରେଟ କରୁଥିଲେ ଧର୍ମେନ୍ଦ୍ର । ଏଣୁ ଘଣ୍ଟାକୁ ତନ୍ନତନ୍ନ କରି ଯାଞ୍ଚ କଲେ ଅନେକ ତଥ୍ୟ ମିଳିବ ବୋଲି ଆଶା ବାନ୍ଧିଛି କମିସନରେଟ ପୁଲିସ । ସେପଟେ ତଦନ୍ତ ବେଳେ ସାମ୍‌ନାକୁ ଆସିଛି ଆଉ ଏକ ନୂଆ ତଥ୍ୟ । ବିଭିନ୍ନ ସମୟରେ ଘରୁ ୬ କୋଟିରୁ ଅଧିକ ଟଙ୍କା ଧର୍ମେନ୍ଦ୍ର ନେଇଥିଲେ । ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା ବେଳେ ଏଭଳି ଘଟଣା ପଦାକୁ ଆସିଥିବା ପୁଲିସ କହିଛି । ସେଭଳି ଖୋର୍ଦ୍ଧାରେ ଥିବା ଏକ କ୍ରସରକୁ ୨କୋଟି ଟଙ୍କାରେ ଧର୍ମେନ୍ଦ୍ର ବିକ୍ରି କରି ଦେଇଛନ୍ତି ।

ଏଣୁ ଏତେ ଟଙ୍କା କ’ଣ ଲାଗି ଆବଶ୍ୟକ ହେଲା ଓ କେଉଁଠି ଟଙ୍କା ଖର୍ଚ୍ଚ କରିଛନ୍ତି ତାହାର ଖୋଳତାଡ଼ କରୁଛି ତଦନ୍ତକାରୀ ଟିମ୍ । ଏ ବିଷୟରେ ଅଧିକ ପ୍ରମାଣ ଯୋଗାଡ଼ କରିବା ଲାଗି ଆଜି ଧର୍ମେନ୍ଦ୍ରଙ୍କ ଚାଳକ ଓ କିଛି ସହକର୍ମୀଙ୍କୁ ପଚରାଉଚରା କରାଯାଉଛି । ଅନ୍ୟପକ୍ଷରେ ଆଜି ପୁଣି ଏକ ଅଡିଓ ସାମ୍‌ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି । ଧର୍ମେନ୍ଦ୍ରଙ୍କ ଆତ୍ମହତ୍ୟା ପଛରେ ତାଙ୍କ ସମ୍ପର୍କୀୟଲୋକଙ୍କ ସହ ଅନେକ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ ହୋଇଛି । ତେବେ ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଥିବା ପୁଲିସ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ୱିତ ରାତିରେ ଧଉଳି ଥାନା ଶିଶୁପାଳଗଡର ଲକ୍ଷ୍ମୀବିହାର ସ୍ଥିତ ଘର ସାମ୍‌ନାରେ ବେକରେ ଗାମୁଛା ଲଗାଇ ଧର୍ମେନ୍ଦ୍ର ଆତ୍ମହତ୍ୟା କରିଥିଲେ । ଏହା ପୂର୍ବରୁ ନିଜର ଫେସ୍‌ବୁକରେ ସେ ଲେଖିଥିଲେ- ମୋ ଦୁଇଟି ମୋବାଇଲରେ ସବୁ ଭିଡିଓ ଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking