27.1 C
Bhubaneswar
Wednesday, July 9, 2025
Homeଓଡିଶାଜିଲ୍ଲା ପ୍ରଶାସନ ପକ୍ଷରୁ ଡାଇରିଆ ନିୟନ୍ତ୍ରଣ ନିମନ୍ତେ ତ୍ବରିତ ପଦକ୍ଷେପ

ଜିଲ୍ଲା ପ୍ରଶାସନ ପକ୍ଷରୁ ଡାଇରିଆ ନିୟନ୍ତ୍ରଣ ନିମନ୍ତେ ତ୍ବରିତ ପଦକ୍ଷେପ

ଯାଜପୁର: ଯାଜପୁର ଜିଲ୍ଲାରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଡାଇରିଆ ନିୟନ୍ତ୍ରଣ ନିମନ୍ତେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ସଂକ୍ରମଣ ଓ ଡାଇରିଆ ରୋକିବା ପାଇଁ ଜିଲ୍ଲାର ସରକାରୀ ବେସରକାରୀ ଟ୍ୟୁବ୍ ୱେଲ୍, କୂପ, ଓଭର ହେଡ଼ ଟ୍ୟାଙ୍କ ଗୁଡ଼ିକୁ ବିଶୋଧନ କରାଯାଉଛି। କ୍ଲୋରିନେସନ ହେବା ପରେ ଯେଉଁଠାରେ ପଜିଟିଭ କେସ ଦେଖିବାକୁ ମିଳୁଛି ତାହାକୁ ଚିହ୍ନଟ କରାଯାଇ ସେଠାରେ ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦିଆଯାଉଛି ।

ଗ୍ରାମ୍ୟ ଜଳାଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଆଜି ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ସମୁଦାୟ ୧୮,୮୧୪ ଟି ସରକାରୀ ଟ୍ୟୁବ୍ ୱେଲ୍ , ଦ୍ଵିତୀୟ ପର୍ଯ୍ୟାୟରେ ସମୁଦାୟ ୧୮,୩୨୫ ଟି ସରକାରୀ ଟ୍ୟୁବ୍ ୱେଲ୍ ଏବଂ ତୃତୀୟ ପର୍ଯ୍ୟାୟରେ ୮,୩୦୨ ଟ୍ୟୁବ୍ ୱେଲ୍ ଡିସଇନ୍ଫେକ୍ସନ୍ କରାଯାଇଛି। ସେହିପରି ପ୍ରଥମ ପର୍ଯ୍ୟାୟରେ ସମୁଦାୟ ୭୪,୪୧୩ ଟି ବେସରକାରୀ ଟ୍ୟୁବ୍ ୱେଲ୍, ଦ୍ଵିତୀୟ ପର୍ଯ୍ୟାୟରେ ୩,୮୬୦ ଟି ବେସରକାରୀ ଟ୍ୟୁବ୍ ୱେଲ୍ ଡିସଇନ୍ଫେକ୍ସନ୍ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସମୁଦାୟ ୨୪୯ ଟି ଓଭର ହେଡ଼ ଟାଙ୍କି ଡିସଇନ୍ଫେକ୍ସନ୍ କରାଯାଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ମଧ୍ୟ ୨୪୯ ଟି ଓଭର ହେଡ ଟାଙ୍କି ଡିସଇନ୍ଫେକ୍ସନ୍ କରାଯାଇଛି। ଅନ୍ୟାନ୍ୟ ଜଳଉତ୍ସ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ସମୁଦାୟ ୫୫୯ ଟି ଜଳଉତ୍ସ ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ମଧ୍ୟ ୫୫୯ ଟି ଅନ୍ୟାନ୍ୟ ଜଳଉତ୍ସ ଗୁଡ଼ିକୁ ଡିସଇନ୍ଫେକ୍ସନ୍ କରାଯାଇଛି। ସେହିପରି ପ୍ରଥମ ପର୍ଯ୍ୟାୟରେ ୧୨,୮୧୩ ଟି କୂଅ, ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ୧,୯୫୫ ଟି କୂଅ ଡିସଇନ୍ଫେକ୍ସନ୍ କରାଯାଇଛି । ଜିଲ୍ଲା ରେ ଥିବା ବିଦ୍ୟାଳୟର ପ୍ରଥମ ପର୍ଯ୍ୟାୟରେ ସମୁଦାୟ ୨,୩୧୧ ଗୋଟି ଜଲଉତ୍ସ ଡିସଇନ୍ଫେକ୍ସନ୍ କରାଯାଇଛି । ଜିଲ୍ଲାରେ ଆଜି ସୁଦ୍ଧା ସମୁଦାୟ ୭୯ ଟି ଟ୍ୟାଙ୍କର ନିୟୋଜିତ ହୋଇଛି। ଆଜି ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଅନ୍ୟାନ୍ୟ ଚିକିତ୍ସାଳୟ ରେ ମୋଟ ୧୦4ଜଣ ରୋଗୀ ଚିକିତ୍ସତ ହେଉଛନ୍ତି ଯେଉଁଥିରେ ୨ ଜଣ ଅତ୍ୟଧିକ ପତଳା ଝାଡା (severe) ହେଉଥିବା ର ସୂଚନା ମିଳିଛି। ଜିଲ୍ଲାପାଳ ପ୍ରତିଦିନ ସନ୍ଧ୍ୟାରେ ସମସ୍ତ ବିଷୟରେ ସମୀକ୍ଷା କରୁଛନ୍ତି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking