27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶମା ହେଲେ ଦିଶା ପରମାର,ଘରକୁ ଆସିଲା ଶିଶୁ କନ୍ୟା

ମା ହେଲେ ଦିଶା ପରମାର,ଘରକୁ ଆସିଲା ଶିଶୁ କନ୍ୟା

ନୂଆଦିଲ୍ଲୀ: ସିଙ୍ଗର୍‌ ରାହୁଲ ବୈଦ୍ୟ ଓ ଟେଲି ଅଭିନେତ୍ରୀ ଦିଶା ପରମାରଙ୍କ ଘରେ ଏବେ ଖୁସିର ମାହୋଲ । ଅଭିନେତ୍ରୀ ଦିଶା ବୁଧବାର ଦିନ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଏନେଇ ରାହୁଲ ନିଜେ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ସ ସହ ଖୁସି ଖବର ସେୟାର କରିଛନ୍ତି । ଗୋଟେ ପଟେ ଗଣପତି ବାପ୍ପାଙ୍କ ଆଗମନକୁ ନେଇ ଖୁସି ଥିବା ବେଳେ ଅନ୍ୟପଟେ ଦିଶା ଓ ରାହୁଲଙ୍କ ଜୀବନରେ ଆଉ ଏକ ନୂଆ ଖୁସି ଆସିଛି । ଘରେ କୁନି ଅତିଥିଙ୍କ ସ୍ୱାଗତକୁ ନେଇ ଉଭୟ ବହୁତ ଖୁସି ଅଛନ୍ତି ଏବଂ ପରିବାର ଖୁସିରେ ଝୁମି ଉଠିଛନ୍ତି ।

ରାହୁଲ ଏକ ପୋଷ୍ଟରେ କ୍ୟୁଟ୍‌ ଶିଶୁ ହାତୀର କାର୍ଟୁନ ସେୟାର କରିଛନ୍ତି । ଯେଉଁଥିରେ ଲେଖା ହେଇଛି ‘ଇଟ୍ସ ଏ ବେବି ଗାର୍ଲ’ । ଏହା ସହିତ ସେ କ୍ୟାପସନ୍‌ରେ ଲେଖିଛନ୍ତି ଯେ, ମା ଓ ଶିଶୁ ଉଭୟ ସୁସ୍ଥ ଅଛନ୍ତି । ନିଜ ଡାକ୍ତର ଏବଂ ପରିବାର ସଦସ୍ୟଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଏବଂ ନିଜ ଶିଶୁ କନ୍ୟାକୁ ଆଶୀର୍ବାଦ ଦେବା ପାଇଁ କହିଛନ୍ତି । ଏବେ ସୋସିଆଲ ମିଡିଆରେ ଏହି ଦମ୍ପତିଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking