17.1 C
Bhubaneswar
Friday, January 17, 2025
Homeଓଡିଶାପୋଖରୀରୁ ମିଳିଲା ଆସିଷ୍ଟାଣ୍ଡ କଲେକ୍ଟରଙ୍କ ମୃତଦେହ

ପୋଖରୀରୁ ମିଳିଲା ଆସିଷ୍ଟାଣ୍ଡ କଲେକ୍ଟରଙ୍କ ମୃତଦେହ

ରାଉରକେଲା:ଆରଏସପି ପ୍ରଶାସନିକ ଭବନ  ନିକଟ ସେଞ୍ଚୁରି ପାର୍କରୁ ମିଳିଛି ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମଞ୍ଜଙ୍କ ମୃତଦେହ । ତାଙ୍କର ମୃତଦେହ ସେଞ୍ଚୁରି ପାର୍କ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା । ହେଲେ ସେଞ୍ଚୁରି ପାର୍କ ପୋଖରୀକୁ ମୃତ ଦେହ କେମିତି ଆସିଲା ଏବଂ କେଉଁ ପରିସ୍ଥିତିରେ ଆସିଷ୍ଟାଣ୍ଟ କଲେକ୍ଟରଙ୍କ ମୃତ୍ୟୁ ଘଟିଲା ତାହାକୁ ନେଇ ସନ୍ଦେହ ଦେଖା ଦେଇଛି । ଅନ୍ୟପକ୍ଷେ ସୁସ୍ମିତାଙ୍କ ପରିବାର ପକ୍ଷରୁ ଏ ନେଇ ହତ୍ୟା ଅଭିଯୋଗ କରାଯାଇଛି ।

ରାଜଗାଙ୍ଗପୁର ରମା ବାହାଲ ଅଞ୍ଚଳର ସୁସ୍ମିତା ମିଞ୍ଜ ରାଉରକେଲାରେ ଆସିଷ୍ଟାଣ୍ଟ କଲେକ୍ଟର ଥିଲେ । ପ୍ରତିଦିନ ସେ ତାଙ୍କ ଘରୁ ରାଉରକେଲା କାର୍ଯ୍ୟାଳୟକୁ ଆସୁଥିଲେ। ହେଲେ ଗତ ୧୭ ତାରିଖରୁ ରାଉରକେଲା ରାଧିକା ରିଜେନ୍ସି ହୋଟେଲରେ ରହୁଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking