27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶବ୍ରିଟେନରେ ବଢୁଛି ଭେଦଭାବ : ଭାରତୀୟ ଡାକ୍ତରଙ୍କ ପାଖରେ ଚିକିତ୍ସାକୁ ନା

ବ୍ରିଟେନରେ ବଢୁଛି ଭେଦଭାବ : ଭାରତୀୟ ଡାକ୍ତରଙ୍କ ପାଖରେ ଚିକିତ୍ସାକୁ ନା

ଲଣ୍ଡନ : ମାନବାଧିକାର ଉଲ୍ଲଙ୍ଘନ ମାମଲାରେ ଅନ୍ୟ ରାଷ୍ଟ୍ରକୁ ପରାମର୍ଶ ଦେଉଥିବା ବ୍ରିଟେନରେ ଭେଦଭାବ ଚରମସୀମାରେ ପହଞ୍ଚିଛି। ଏହି ଦେଶରୁ ବର୍ଣ୍ଣବୈଷମ୍ୟ କମ୍‌ ହେବା ପରିବର୍ତ୍ତେ ଦିନକୁ ଦିନ ଭୟଙ୍କର ରୂପଧାରଣ କରିବାରେ ଲାଗିଛି। ବ୍ରିଟେନରେ କାର୍ଯ୍ୟ କରୁଥିବା ଅଧିକାଂସ ଭାରତୀୟ ଡାକ୍ତର ବର୍ଣ୍ଣବୈଷମ୍ୟ ଏବଂ ଭେଦଭାବର ଶିକାର ହେଉଛନ୍ତି। ଭାରତୀୟ ଡାକ୍ତରଙ୍କ ପାଖରେ ରୋଗୀ ଚିକିତ୍ସା କରିବାକୁ ରାଜି ହେଉନାହାନ୍ତି। ପ୍ରାୟ ୪୦ ପ୍ରତିଶତ ଭାରତୀୟ ଡାକ୍ତର ଏପରି ଭେଦଭାବର ଶିକାର ହେଉଛନ୍ତି। ସହଯୋଗୀଙ୍କ ସହିତ ରୋଗୀ ମଧ୍ୟ ଏମାନଙ୍କୁ ଖରାପ ବ୍ୟବହାର କରୁଛନ୍ତି। ଏହି ଡାକ୍ତରଙ୍କୁ ମିଥ୍ୟା ଅଭିଯୋଗ ଏବଂ ଶାରୀରିକ ଆକ୍ରମଣର ମଧ୍ୟ ସମ୍ମୁଖୀନ ହେବାକୁ ପଡୁଛି। ଖାଲି ସେତିକି ନୁହେଁ, ଯୋଗ୍ୟତା ଏବଂ କ୍ଷମତା ଉପରେ ମଧ୍ୟ ପ୍ରଶ୍ନ ଉଠାଯାଉଛି। ଏ ସମ୍ପର୍କରେ ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ବରଂ ଧମକ ଦିଆଯାଉଛି। ଚାକିରି ହରାଇବାର ଭୟ ମଧ୍ୟ ରହୁଛି। ଏକ ଅଧ୍ୟୟନରୁ ଏହି ସୂଚନା ମିଳିଛି। ବିଦେଶରେ ପ୍ରଶିକ୍ଷିତ ୨ ହଜାରରୁ ଅଧିକ ଭାରତୀୟ ଡାକ୍ତରଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା। ସେମାନେ କର୍ମକ୍ଷେତ୍ରରେ ଏପରି ସମସ୍ୟାର ସମ୍ମୁଖୀନ ହେଉଥିବା ଜଣା ପଡ଼ିଥିଲା। ଡାକ୍ତରମାନେ ବୀତସ୍ପୃହ ହୋଇ ବ୍ରିଟେନ ନ୍ୟାସନାଲ ହେଲ୍‌ଥ ସିଷ୍ଟମ (ଏନ୍‌ଏଚ୍‌ଏସ୍‌) ଛାଡ଼ିଦେବେ ବୋଲି କହିଛନ୍ତି। ମାତ୍ର ଏନ୍‌ଏଚ୍‌ଏସ୍‌ରେ ଭାରତୀୟଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି।ବ୍ରିଟେନର ଭାରତୀୟ ଉଚ୍ଚାୟୁକ୍ତ ମଧ୍ୟ ଡାକ୍ତରଙ୍କ ଉପରେ ଆକ୍ରମଣକୁ ନେଇ ଉଦ୍‌ବେଗ ପ୍ରକାଶ କରିଛି। ଉଚ୍ଚାୟୁକ୍ତର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ମାମଲାକୁ ଗୁରୁତର ସହ ନିଆଯାଇଛି। ଏନ୍‌ଏଚ୍‌ଏସ୍‌ର ବରିଷ୍ଠ ଅଧିକାରୀଙ୍କ ସାମ୍ନାରେ ଏହି ପ୍ରସଙ୍ଗ ଉତ୍ଥାପନ କରାଯିବ। ବର୍ଣ୍ଣ ବୈଷମ୍ୟ ବିରୋଧରେ ନିୟମ ମଧ୍ୟ ବନାଯିବ। ଅଧିକାଂଶ ଡାକ୍ତର ବର୍ଣ୍ଣବୈଷମ୍ୟର ଶିକାର ହେଉଛନ୍ତି। କିନ୍ତୁ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବାରୁ ସେମାନେ ରିପୋର୍ଟ କରୁନାହାନ୍ତି। ଏନ୍‌ଏଚ୍‌ଏସ୍‌ରେ ଲକ୍ଷେ ୨୩ ହଜାର ଡାକ୍ତର-ନର୍ସ ଅଛନ୍ତି। ଏମାନଙ୍କ ମଧ୍ୟରୁ ୪୦ ପ୍ରତିଶତ ବ୍ରିଟେନ ନାଗରିକ ନୁହଁନ୍ତି। ବ୍ରିଟେନ ମେଡିକାଲ ଆସୋସିଏସନ ଅନୁଯାୟୀ କର୍ମକ୍ଷେତ୍ରରେ ବର୍ଣ୍ଣବୈଷମ୍ୟର ଶିକାର ହୋଇଥିବା ୭୦ ପ୍ରତିଶତରୁ ଊର୍ଦ୍ଧ୍ବ ଲୋକ ଏ ନେଇ ଅଭିଯୋଗ କରୁନାହାନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking